Latest Odisha News

BREAKING NEWS

ଜାତୀୟ ନାଟ୍ୟ ମହୋତ୍ସବ: ‘କ୍ୟା କରେଗା କାଜି’ ମଞ୍ଚସ୍ଥ

ପାରାଦୀପ: ୨୧ତମ ଜାତୀୟ ନାଟ୍ୟ ମହୋତ୍ସବ ”କ୍ୟାନଫେଷ୍ଟ” ଦର୍ଶକଙ୍କ ମନ ମୋହିଲା ନାଟକ ”କ୍ୟା କାରେଗା କାଜୀ” ।ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ। ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, ବିଶ୍ଵାସ, ସ୍ନେହ, ପ୍ରଣୟ ହେଉଛି ପ୍ରେମର ଏକ ରୂପ। କେତେବେଳେ କାହାକୁ ଯେ କାହା ସହ ପ୍ରେମ ହୋଇଯାଏ ତାହା ଜଣା ନଥାଏ। କ୍ୟାନମାସ ଦ୍ଵାରା ଆୟୋଜିତ କାନଫେଷ୍ଟର ଜୟଦେବ ସଦନଠାରେ ଷଷ୍ଠ ଦିନରେ ମଞ୍ଚସ୍ଥ ହୋଇଛି ନାଟକ ”କ୍ୟା କାରେଗା କାଜୀ”।

ଅଜୟ ମାଲକାନି ନିର୍ଦ୍ଦେଶିତ ଯୁବ ରଙ୍ଗ ମଞ୍ଚ,ରାଞ୍ଚି ଗ୍ରୁପ ନାଟକ କ୍ୟା କରେଗା କାଜିରେ ଜଣେ ଯୁବ ଆରିଷ୍ଟୋକ୍ରାଟ୍ ବିଷୟରେ କୁହାଯାଇଛି ଯିଏ ଲକ୍ଷ୍ନୌର ଏକ ସୁନ୍ଦର ଝିଅ ରୋଶନୀଙ୍କୁ ଭେଟିଥାଏ ଏବଂ ଦୁହେଁ ପରସ୍ପରକୁ ଭଲ ପାଆନ୍ତି। କ୍ୟା କରେଗା କାଜୀ” ହେଉଛି ଫରାସୀ ଡ୍ରାମା ଦ ବାରବର୍ ଅଫ୍ ସେଭିଲର ଏକ ହିନ୍ଦୁସ୍ତାନୀର ଚିରାଚରିତ ନାଟକ। ଅଷ୍ଟାଦଶ ଶତାବ୍ଦୀରେ ଲିଖିତ ଏହି ଡ୍ରାମା ଯୁବ ପ୍ରେମର ଲିବରେନଙ୍କ କାହାଣୀକୁ ଏକ ହାସ୍ୟାସ୍ପଦ ଶାସନରେ ଅନେକ ଯୁଗରୁ ଶାସନ କରୁଥିବା କାହାଣୀକୁ ଦର୍ଶାଯାଇଛି। ଏହି ନାଟକରେ ନିର୍ଦ୍ଦେଶକ ରୋଶନି ଚରିତ୍ରକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି। ଅନାଥ ଆଶ୍ରମରେ ଜନ୍ମ ହେଇଥିବା ଝିଅ ରୋଶନିକୁ ଚିକିତ୍ସକ ବାବାନ୍ ଖାନ ଲାଳନ ପାଳନ କରିଛନ୍ତି।

ପରବର୍ତ୍ତୀ ସମୟରେ ବାବାନ୍ ଖାନ୍ ରୋଶନିଙ୍କୁ ପାଇବାକୁ ଚେଷ୍ଟା କରିଛି ଓ ତାଙ୍କୁ ବିବାହ କରିବାକୁ ଯୋଜନା କରୁଥିବାବେଳେ ରୋଶନୀ ନିଜକୁ ବଞ୍ଚାଇବାକୁ ଯେଉଁ ସଂଘର୍ଷ କରିଛି ତାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ସମାଜରେ ଗୋଟେ ଝିଅ ନିଜ ପ୍ରେମ ପାଇଁ କିପରି ଏକୁଟିଆ ଲଢ଼ୁଛି ତାହା ଖୁବ୍ ନିକଟରୁ ଉପସ୍ଥାପନା କରଯାଇଛି ଏହି ନାଟକରେ। ଏତେ ସବୁ ବାଧା ବିଘ୍ନତା ପରେବି ଆରିଷ୍ଟୋକ୍ରାଟ୍ ଓ ରୋଶନୀ ପ୍ରେମ କାହାଣୀ ବିବାହରେ ପରିଣତ ହେଇଛି ଏହାକୁ ନାଟକ ମାଧ୍ୟମରେ ଦେଖାଇ ଦର୍ଶକଙ୍କ ମନରେ ପ୍ରେମ ପାଇଁ ସଂଘର୍ଷର ବାର୍ତ୍ତା ପ୍ରଦାନ କରିଛନ୍ତି ନିର୍ଦେଶକ।

Leave A Reply

Your email address will not be published.