Latest Odisha News

ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ , ନୀଳାଦ୍ରି ଟ୍ରଷ୍ଟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ଫାଉଣ୍ଡେଶନର ମିଳିତ ପ୍ରୟାସରେ ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର କାଉନସିଲ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବିଶ୍ୱର ପ୍ରାୟ ସବୁ ଦେଶରୁ ୫୦ ରୁ ଉର୍ଦ୍ଧ୍ବ ଗବେଷକ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି, କ୍ରମ ବିକାଶ, ଚେତନା ସହିତ ଜଡ଼ିତ ବିଭିନ୍ନ ନୀତି କାନ୍ତି, ସାହିତ୍ୟ , ପରମ୍ପରା ପ୍ରଭୃତି ୧୬ ଟି ବିଭାଗ ଉପରେ ୧୪୪ ଜଣ ଗବେଷକଙ୍କ ତଥ୍ୟ ଆଧାରିତ ‘ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ସରିତା ଆଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ସୁବାସ ପାଣି , ଦୁର୍ଗା ଶଙ୍କର ପଟ୍ଟନାୟକ, ରାମଚନ୍ଦ୍ର ଦାସ ମହାପାତ୍ର , ଭାସ୍କର ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.