Latest Odisha News

BREAKING NEWS

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ

କୋଣାର୍କ : ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ ରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି ।

ଏହି ଶିବିରକୁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଦଘାଟନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଶିଳ୍ପୀମାନଙ୍କୁ ଅବଗତ କରାଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ଅଂଶଗ୍ରହଣକାରୀ ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

ଦେଶର ବିଭିନ୍ନ ସ୍ଥାନରୁ ୧୯ ଜଣ ନାରୀ ଶିଳ୍ପୀଙ୍କୁ ନେଇ ଆୟୋଜିତ ଏହି ଶିବିରରେ ଶିଳ୍ପୀମାନେ ଶିବିର ଅବସରରେ ନିଜ ନିଜ ଶୈଳୀରେ ସମ ସାମୟିକ ଚିତ୍ର ଅଙ୍କନ କରିବେ । ଏହି ଶିବିର ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

 

Comments are closed.