ୱାଶିଂଟନ: ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) କୋଲ୍ଡ ୱାର ସମୟରେ ସୋଭିଏଟ ସଂଘ( ବର୍ତମାନ ରୁଷ) ସହ କରିଥିବା ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କରିଛି । ପୂର୍ବରୁ ରୁଷ ଏହି ଟ୍ରିଟିରୁ ଅଲଗା ହେବା ଫଳରେ ଏହାର ମାନେ କିଛି ରହି ନ ଥିଲା ବୋଲି ନାଟୋ ପକ୍ଷରୁ କୁହା ଯାଇଥିଲା । ରୁଷ ଓ ୟୁକ୍ରେନ ଯୁଦ୍ଧ ଏହି ଟ୍ରିଟି ସସପେଣ୍ଡ ହେବାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଆମେରିକା ଏବଂ ନାଟୋ ଦେଶ ଯୁଦ୍ଧରେ ୟୁକ୍ରେନକୁ ସୈନ୍ୟ ଏବଂ ଅନ୍ୟ ସହାୟତା ଯୋଗାଇ ଆସୁଛନ୍ତି । ଯାହାକୁ ନେଇ ରୁଷ କ୍ଷୁବ୍ଧ ହୋଇ ପ୍ରଥମେ ଟ୍ରିଟିରୁ ଓହରି ଯାଇଥିଲା । ୨୦୦୭ ଓ ୨୦୧୫ରେ ମଧ୍ୟ ରୁଷ ପକ୍ଷରୁ ଏହି ଟ୍ରିଟିକୁ ସସପେଣ୍ଡ କରାଯାଇଥିଲା । ପରେ ବୁଝାମଣା ହେବାରୁ ରୁଷ ଏଥିରେ ସାମିଲ ହୋଇଥିଲା ।
ଏବେ ଏହି ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସସପେଣ୍ଡ ହେବା ଫଳରେ ୟୁରୋପରେ ଅସ୍ତ୍ରଶସ୍ତ୍ର ସଂଖ୍ୟା ଦ୍ରୁତ ବେଗରେ ବଢ଼ିବ । ରୁଷ କବଳରୁ ନିଜକୁ ରକ୍ଷା କରିବା ପାଇଁ ଦେଶଗୁଡିକ ନିଶ୍ଚିତ ଭାବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଆମେରିକା ଏବେ ନାଟୋ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଚାହିଁବ । ଏହା ପରୋକ୍ଷରେ ୟୁକ୍ରେନକୁ ଫାଇଦାରେ ରଖିବ । ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।
Comments are closed.