Latest Odisha News

BREAKING NEWS

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦ୍ୱିତୀୟ ଥର ପାଇଁ ଜନ୍ମମାଟି କରିବେ ଗସ୍ତ

ଭୁବନେଶ୍ୱର: ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୦ ତାରିଖରେ ସେ ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସୁଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଏହି ଗସ୍ତ ସମୟରେ ମୟୂରଭଞ୍ଜ ଜିଲ୍ଲା ଜନ୍ମମାଟି ରାରଙ୍ଗପୁର ଯିବେ। ରାଷ୍ଚ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ତାଙ୍କର ଦ୍ୱିତୀୟ ଗସ୍ତ।

ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ସିଧାସଳଖ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ସେଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଗଣମାଧ୍ୟମ ସହିତ ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଷ୍ଟ୍ରପତିଙ୍କ ୨ ଦିନିଆ ରାଜ୍ୟ ଗସ୍ତ ବିଷୟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଯେହେତୁ ରାଷ୍ଟ୍ରପତି ରାଜ୍ୟ ଗସ୍ତ କରିବେ, ଆମେ ମୟୂରଭଞ୍ଜରେ ସମାପ୍ତ ହୋଇଥିବା ଏକଲବ୍ୟ ମଡେଲ ସ୍କୁଲର ଉଦଘାଟନ କରିବାକୁ ଯୋଜନା କରୁଛୁ। ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲାରେ ଏହିପରି ପାଞ୍ଚରୁ ଛଅଟି ବିଦ୍ୟାଳୟ ଖୋଲାଯିବ।”

ଅନ୍ୟ ଜିଲ୍ଲାରେ ମଧ୍ୟ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହା ପରେ ୨୧ ତାରିଖ ଦିନ ସକାଳେ ରାଷ୍ଟ୍ରପତି ବାଦାମପାହାଡ ଗସ୍ତରେ ଯିବେ। ସେଠାରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଦାମପାହାଡ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ଅଭିମୁଖେ ପ୍ରସ୍ଥାନ କରିବାର ସୂଚନା ମିଳିଛି।

Leave A Reply

Your email address will not be published.