Latest Odisha News

BREAKING NEWS

ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଅଫେରା ରାଇଜର ଅତିଥି ହୋଇଛନ୍ତି ବିଜୟ ମହାନ୍ତି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଆ କଳା ଦୁନିଆରେ ତାଙ୍କର ଅପାଶୋରା ଅଭିନୟ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସବୁବେଳେ ସ୍ମରଣୀୟ କରି ରଖିବ । ବିଜୟ ମହାନ୍ତି ନିଜ ବହୁମୁଖୀ ପ୍ରତିଭା ବଳରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ରୁଦ୍ଧିମନ୍ତ କରିଥିଲେ । ତାଙ୍କୁ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୟ ମହାନ୍ତି ରାଜ୍ୟ ତଥା ବାହାରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ମୃତ୍ୟୁ ସହ ଓଡିଆ ଚଳଚ୍ଚିତ୍ର ଦୁନିଆରେ ଏକ ଯୁଗର ଅନ୍ତ ସହ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.