Latest Odisha News

କରୋନା ଭୟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବାବୁଙ୍କୁ ବିଦେଶ ଗସ୍ତ ମନା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଛି । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେମାନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ପର୍ଯ୍ୟାପ୍ତ ପରିମାଣର ମାକ୍ସ ମହଜୁଦ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବାୟୋମେଟ୍ରିକ କଟକଣା କୋହଳ କରାଯିବ । ଅସୁସ୍ଥ ଥିଲେ ପିଲାଙ୍କୁ ସ୍କୁଲ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସଚେତନ ପାଇଁ ସହରର ମୁଖ୍ୟ ସ୍ଥାନଗୁଡିକରେ ବ୍ୟାନର ଓ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଗ୍ରାମପଂଚାୟତ ଓ ପଂଚାୟତ ସମିତିକୁ ଗ୍ରାମସଭା ମାଧ୍ୟମରେ ସଚେତନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.