Latest Odisha News

BREAKING NEWS

ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ

ଭୁବନେଶ୍ୱର: ଅଶା ଅଶଙ୍କା ଓ ସମସ୍ତ କଳ୍ପନାର ଅନ୍ତ ଘଟିଛି । ବିଜେଡି ରାଜ୍ୟସଭା ଟିକେଟ ଉପରୁ ହଟିଛି ସସ୍‌ପେନ୍ସ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ମିଳିଛି ରାଜ୍ୟସଭା ଟିକେଟ । ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ଦିନ ଏହି ୪ଟି ଆସନ ପାଇଁ ଯେଉଁ ନିର୍ବାଚନ ହେବ ରାଜ୍ୟରୁ ଏହି ୪ଜଣ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ ।
ଅନ୍ୟପଟେ ରାଜ୍ୟସଭା ଯିବାକୁ ଅଶାୟୀ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କରିଛନ୍ତି । ତାଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ କରାଯାଇଛି । ଏଥିସହ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.