Latest Odisha News

BREAKING NEWS

ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲ ନିଷ୍ପତ୍ତି ସହରକୁ ୧୦ ବର୍ଷ ତଳକୁ ଠେଲି ଦେବ: ନବୀନ

ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲକୁ ନେଇ ବର୍ଷିଲେ ବିରୋଧୀ ଦଳ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି ଯେ, ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲ ଖବର ବହୁତ ଆଘାତ ଦେଇଥିବା କହିଲେ ନବୀନ ।

ବିରୋଧୀ ଦଳ ନେତା ଆହୁରି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ମେଟ୍ରୋ ପ୍ରକଳ୍ପ ବାତିଲ୍ କରି ଓଡିଶା ଲୋକଙ୍କୁ ପ୍ରତାରଣା କରିଛି । ଡବଲ ଇଞ୍ଜିନ ସରକାରଙ୍କ ଏହି ନିଷ୍ପତ୍ତି ଭୁବନେଶ୍ବର ସହରକୁ ୧୦ ବର୍ଷ ତଳକୁ ଠେଲି ଦେବ ।

ସୂଚନାଯୋଗ୍ୟ, ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ବାତିଲ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା । ହେଲେ ୮ ମାସ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି ।

ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ । କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି । ଏପରିକି ଦୁଇ କମ୍ପାନୀ ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି ।

Comments are closed.