Latest Odisha News

BREAKING NEWS

ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବଲପୁରରେ କରିବେ ପ୍ରଚାର। ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ। ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନସଭାକୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ। ସେହିପରି ମଧ୍ୟାହ୍ନ ୧୨ଟାରେ ନାକଟିଦେଉଳ କଲେଜ ପଡିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ନିର୍ବାଚନରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ କରୁଥିବାରୁ ବିଜୁ ଜନତା ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ସମ୍ୱଲପୁର ଏବେ ରାଜ୍ୟ ରାଜନୀତିର ହଟସ୍ପଟ୍ ପାଲଟିଛି। ଏହି ସ୍ଥାନରେ ଘନ ଘନ ଉଭୟ କେନ୍ଦ୍ର ଏବଂ ରାଜ୍ୟର ନେତାମାନେ ଆସି ପ୍ରଚାରକୁ ଜୋରଦାର କରୁଛନ୍ତି। ଜନତାଙ୍କ ମନ କିଣିବାକୁ ନେତାମାନେ ବିଭିନ୍ନ ପ୍ରୟାସ କରି ନିଜ ଦଳ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କିଭଳି ଟାର୍ଗେଟ କରିବେ ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜୁ ଜନତା ଦଳକୁ ଆଗକୁ ବଢ଼ିବାରେ ଇନ୍ଧନ ଯୋଗାଇବା ବୋଲି କୁହାଯାଉଛି ।

ତେବେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଡ ସୋ ବେଳେ ଜୁଲାଇରୁ ବିଜୁଳି ବିଲ୍ ମାଗଣା ବୋଲି ଦୋହରାଇଲେ ବିଜେଡି ସୁପ୍ରିମୋ। ହଜାର ହଜାର ଲୋକ ଛକରେ ଉପସ୍ଥିତ ରହି ନିଜର ପ୍ରିୟ ନେତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।

Leave A Reply

Your email address will not be published.