Latest Odisha News

BREAKING NEWS

ବିଜେଡି ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ । ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାର ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି । ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ । ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ।

ଅନ୍ୟପକ୍ଷେ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବ‌େଳେ, ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି । ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି ।

ଅନୁଗୁଳ ଜିଲ୍ଲା ପାଇଁ ବିଜେଡି ସଭାପତି ହେଲେ ବ୍ରଜ ପ୍ରଧାନ । ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, ପୁରୀ ପାଇଁ ଉମା ସାମନ୍ତରାୟ । ସେହିପରି ଜାଣନ୍ତୁ ଆଉ କେଉଁ ଜିଲ୍ଲାରେ କିଏ ହେଲେ ବିଜେଡି ସଭାପତି ।

Comments are closed.