Latest Odisha News

BREAKING NEWS

ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ: ନବୀନ

ଭୁବନେଶ୍ୱର: କୋଭିଡ୍ ସହ ଲଢୁଛି ସାରା ଓଡ଼ିଶା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଭିତରେ ଯେଭଳି ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ । ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ପ୍ରତି ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ । ବିଭିନ୍ନ ଡାକ୍ତରଖାନାରେ ଅଣକୋଭିଡ୍ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧା ଭୋଗୁଥିବା ଅଭିଯୋଗ ଆସିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ୍ ସ୍ଥିତିର ସମୀକ୍ଷା ବୈଠକ ବସିଥିଲା । ସେଠାରେ ଆଲୋଚନା ପରେ ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସା ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରାଥମିକତା ।

ଏହାସହ ରାଜ୍ୟରେ ଆମ୍ବୁଲାନ୍ସ ନେଟଓ୍ୱର୍କକୁ ସୁଦୃଢ଼ କରିବା ପାଇଁ ପ୍ରଶାସନକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟର 8ଟି ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ । ସେସବୁ ଜିଲ୍ଲାର ପର୍ଯ୍ୟବେକ୍ଷକ କୋଭିଡ୍ ସ୍ଥିତି ଓ ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.