Latest Odisha News

BREAKING NEWS

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ସେବା ପାଇଁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ହରିଦାସପୁର-ପାରାଦୀପ ବ୍ରଡଗେଜ୍ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

୮୨ କିଲୋମିଟର ଲମ୍ବ ହରିଦାସପୁର-ପାରାଦୀପ ବ୍ରଡଗେଜ ଲେଲଓ୍ୱେ ଲାଇନ୍ । ରାଜ୍ୟ ସରକାର, ରେଳ ବିଭାଗ ଓ ଜାହାଜ ଚଳଚଳ ମନ୍ତ୍ରାଳୟ ମିଳିତ ସହଭାଗିତାରେ ତିଆରି ହୋଇଛି । ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । ଏହି ଲାଇନରେ ପାସେଞ୍ଜର ଟ୍ରେନ୍ ଚାଲିଲେ କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକ ଅନୁମତି ଓ ପ୍ରମାଣପତ୍ର ଶୀଘ୍ର ପ୍ରଦାନ କରିବାକୁ ଚିଠିରେ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ । ଏମିତି ହେଲେ ଅଗଷ୍ଟ ମାସ ସୁଦ୍ଧା ଏହି ଲାଇନରେ ଗଡ଼ିବ ଟ୍ରେନ୍ ।

Leave A Reply

Your email address will not be published.