Latest Odisha News

BREAKING NEWS

ଟିକା ଲଢେଇ ପାଇଁ ଏକଜୁଟ ହେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ବିରୋଧ ଲଢେଇରେ ଏକଜୁଟ ହେବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଟିକାକରଣ ଉପରେ ଧ୍ୟାନ ଦେବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ତାଙ୍କ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ପ୍ରତ୍ୟେକ ନାଗରିକଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିଛି। କେହି କେହି ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ଅନ୍ୟମାନେ ଜୀବିକା ହରାଇଛନ୍ତି ଏବଂ ଅନେକେ ବର୍ତ୍ତମାନର ପରିସ୍ଥିତି ହେତୁ ମାନସିକ ଆଘାତ ସହ ଲଢୁଛନ୍ତି।

ଭବିଷ୍ୟତର ତରଙ୍ଗରୁ ଆମ ଲୋକଙ୍କୁ ରକ୍ଷା କରିବା ଏବଂ ସେମାନଙ୍କୁ ବଞ୍ଚିବାର ଆଶା ଯୋଗାଇବାର ଏକମାତ୍ର ଉପାୟ ହେଉଛି ଟିକାକରଣ। ଟିକାକରଣ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଇଥିବା ଦେଶଗୁଡିକ ସେମାନଙ୍କର କୋଭିଡ ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଦେଖିଛନ୍ତି। ଆମ ଲୋକଙ୍କୁ ଏହି ଆରୋଗ୍ୟ କରିବାକୁ ପଡିବ ବୋଲି ନବୀନ ଚିଠିରେ ଲେଖିଛନ୍ତି।

“ଯଦି ସମସ୍ତ ରାଜ୍ୟ ଟିକାକରଣକୁ ସର୍ବୋଚ୍ଚ ପ୍ରାଥମିକତା ନଦିଅନ୍ତି ଏବଂ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ନକରନ୍ତି ତେବେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ। କିନ୍ତୁ, ଟିକା କିଣିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ନ କରି ଏକାଠି ଲଢିବାକୁ ପଡ଼ିବ ବୋଲି କହିଛନ୍ତି ନବୀନ।

କିନ୍ତୁ ଟିକା କଂପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ। ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Leave A Reply

Your email address will not be published.