Latest Odisha News

BREAKING NEWS

ଆତଙ୍କ ଖେଳାଇଲେ ଲୁଟେରା, ଗୋଟିଏ ରାତିରେ ଏକାଧିକ ଲୁଟ୍

ବଲାଙ୍ଗୀର: ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ୍ ସ୍ଥିତି । ଏହି ମଉକାରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଦଳ । ବଲାଙ୍ଗୀର ଜିଲ୍ଲାରେ ଏକ ନିର୍ଦ୍ଧିଷ୍ଟ ଗାଁରେ ଗୋଟିଏ ରାତିରେ ତିନିତିନୋଟି ଲୁଟ୍ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି ।

ପୁଇଁନ୍ତଳା ଥାନା ଅଧିନରେ ଥିବା ଠେଲକୋମୁଣ୍ଡା ଗାଁରୁ ଗୋଟିଏ ର।ତିରେ ଏକାଧିକ ଚୋରି ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ରାଜଶ୍ୱର ରାଉତ ଓ ଅଗସ୍ତି ରାଉତଙ୍କ ଘରୁ ଦୁଇଟି ମୋଟର ସାଇକଲ ଚୋରି ହୋଇଛି । ଅନ୍ୟପଟେ ବିନୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘର ଝରକା ତାଡି ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କା ଧରି ଲୁଟେରା ଚମ୍ପଟ ମାରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ପୁଇଁନ୍ତଳା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହିଂଚଥିଲେ । ପ୍ରବଳ ବର୍ଷାରେ ବି ତଦନ୍ତ ଜାରି ରଖି ପୋଲିସ ଲୁଟେରାଙ୍କୁ ଧରିବା ଲାଗି ତନାଘନା ଚଳାଇଛି ।

Leave A Reply

Your email address will not be published.