ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ଏଆଇସିସି ସଭାପତି ସୋନିଆ ଗାନ୍ଧିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଛନ୍ତି ସିଦ୍ଧୁ । ଧାଡ଼ିକିଆ ଇସ୍ତଫାପତ୍ର ପଠାଇଛନ୍ତି । ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେସବୁ ରାଜ୍ୟର କଂଗ୍ରେସ ମୁଖ୍ୟଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୋନିଆ ଗାନ୍ଧି ।
ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ କଂଗ୍ରେସ ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିଥିଲେ ସୋନିଆ ଗାନ୍ଧି । ପରାଜୟର ପୋଷ୍ଟମର୍ଟମ କରୁଛି କଂଗ୍ରେସ । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଚାଲିଗଲା । ଉତ୍ତରାଖଣ୍ଡ ଓ ଗୋଆରେ ବି ସରକାର ଗଢ଼ି ପାରିଲା ନାହିଁ ଦଳ । ଆଗକୁ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ନିର୍ବାଚନ ରହିଛି . ତାପୂର୍ବରୁ ଘର ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ ।
BREAKING NEWS
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
Comments are closed.