ନବଦୁର୍ଗା: ନବରାତ୍ରିର ଅଷ୍ଟମୀ ତିଥିରେ ମହାଗୌରୀଙ୍କୁ ଆରାଧନା: କଣ ରହିଛି ପୂଜା ବିଧି, ଆସନ୍ତୁ ଜାଣିବା …
ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା "ନବଦୁର୍ଗା"
ନୂଆଦିଲ୍ଲୀ : ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ଆରାଧନା କରାଯାଏ । ଭଗବାନ ଶିବଙ୍କ ପାଇଁ ମା’ ମହାଗୌରୀ ଏହି କଠୋର ପୂଜା କରିଥିଲେ । ଯେଉଁଥିପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। କିନ୍ତୁ ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ , ସେତେବେଳେ ଶିବଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଯାଇଥିଲା । ସେଥିପାଇଁ ତାଙ୍କ ନାମ ମା’ ଗୌରୀ । ମାତା ସୀତା ଭଗବାନ ଶ୍ରୀରାମଙ୍କୁ ପାଇବାକୁ ମହାଗୌରୀ ପୂଜା କରିଥିଲେ ।
ମହାଗୌରୀଙ୍କୁ ମମତାର ପ୍ରତୀକ ଓ କଲ୍ୟାଣକାରୀ ଭାବେ ମାନେ କରାଯାଇଥାଏ । ବିଶ୍ୱାସ କରାଯାଏ କି ଏହି ଦିନ ମା’ଙ୍କୁ ପୂଜା କଲେ , ଆର୍ଥିକ ସମସ୍ୟା ଦୂର ହେବା ସହ ମନ ପସନ୍ଦର ବର ମଧ୍ୟ ମିଳିଥାଏ । ଏହି ପୂଜା କରିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର ପୂଜା ବିଧି କେମିତି ରହିଛି ।
ଏହା ମଧ୍ୟ ପଢନ୍ତୁ
ନବରାତ୍ରିର ଅଷ୍ଟମୀ ତିଥି ୨୧ ତାରିଖ ଶନିବାର ରାତି ୯ଟା ୫୩ ମିନିଟରୁ ଆରମ୍ଭ ହୋଇ ୨୨ ଅକ୍ଟୋବର ସନ୍ଧ୍ୟା ୭ଟା ୫୮ ମିନିଟ ପର୍ଯ୍ୟନ୍ତ ରହିଛି । ଅଷ୍ଟମୀ ତିଥିରେ କନ୍ୟା ପୂଜନର ବିଶେଷ ମହତ୍ତ୍ୱ ରହିଛି । ତେବେ ମାଙ୍କୁ ପୂଜା କରିବା ପାଇଁ ସକାଳେ ଗାଧୋଇବା ପରେ କଳସ ପୂଜା କରିବା ଉଚିତ । ଏହାପରେ ଧଳା ଫୁଲ ମା’ଙ୍କୁ ଅର୍ପଣ କରି ମାଙ୍କ ବନ୍ଦନା ଉଚ୍ଚାରଣ କରିବା ଉଚିତ । ଆଜିର ଦିନରେ ମା’ଙ୍କୁ ହାଲୁଆ, ପୁରୀ, ତରକାରୀ, କଳା ଚଳା ଏବଂ ନଡିଆ ଭୋଗ ଲଗାନ୍ତୁ । ମା’ଙ୍କୁ ଚୁନରୀ ଅର୍ପଣ କରନ୍ତୁ ।
ମା’ ଗୌରୀ ଶ୍ବେତ ବର୍ଣ୍ଣର ବସ୍ତ୍ରରେ ଶ୍ବେତ ରଙ୍ଗର ଆଭୂଷଣ ପିନ୍ଧିଥାନ୍ତି । ମହାଗୌରୀ ଡାହାଣ ହାତରେ ଅଭୟ ମୁଦ୍ରା ଏବଂ ଦ୍ବିତୀୟ ହାତରେ ଶକ୍ତିର ପ୍ରତୀକ ତ୍ରିଶୂଳ ଧରିଥାନ୍ତି। ସେହିପରି ବାମ ହାତରେ ଡମୁରୁ ଏବଂ ଅନ୍ୟ ହାତରେ ବର ମୁଦ୍ରାରେ ଭକ୍ତଙ୍କୁ ବରଦାନ ଦେଇଥାନ୍ତି । ଭଗବାନ ଶିବଙ୍କ ବାହନ ଷଣ୍ଢ ଉପରେ ମା’ ବିରାଜମାନ ଥାନ୍ତି । ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ । ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ । ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ । ତା’ ପରେ ମନ୍ତ୍ର ଜପ କରନ୍ତୁ ।
Comments are closed.