Latest Odisha News

BREAKING NEWS

ଗୁଜରାଟରେ ଲାଗିଲା ଇରାନ ଜାହାଜ, ୩ ହଜାରରୁ ଉର୍ଦ୍ଧ୍ବ କେଜିର ଚରସ ସହ ବହୁ ନିଶା ଦ୍ରବ୍ୟ ଜବତ

ଅହମ୍ମଦାବାଦ: ଗୁଜରାଟ କଚ୍ଛ ବନ୍ଦରରୁ ସବୁଠୁ ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଛି । ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଗୁଜୁରାଟ ଉପକୂଳରୁ ଏକ ଇରାନ ଜାହାଜରୁ ୩ ହଜାର ୧୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୨ ହଜାର କୋଟି ଟଙ୍କା । ଏନେଇ ବୁଧବାର ଏନସିବି ଏହି ସୂଚନା ଦେଇଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଜବତ ସାମଗ୍ରୀ ମଧ୍ୟରେ ୩ ହଜାର କିଲୋଗ୍ରାମରୁ ଉର୍ଦ୍ଧ୍ବ ଚରଚ, ୧୫୮ କିଲୋଗ୍ରାମ ମେଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମୋର୍ଫାଇନ୍ ରହିଛି । ଯାହା ଭାରତରେ ନିଷେଧ ଅଟେ । ସେ କହିଛନ୍ତି ଯେ ନୌସେନା କ୍ରୁ ମେମ୍ବରମାନଙ୍କୁ ଗିରଫ କରିବା ପରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ତଥା ଇଡିକୁ ହସ୍ତାନ୍ତର କରାଯାଇଛି ।

ଘଟଣାରେ ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ, ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.