Latest Odisha News

BREAKING NEWS

ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବାଲେଶ୍ୱର, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର ।

ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୁରୀ ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ନିଯୁକ୍ତି ମିଳିଛି । ବାଲେଶ୍ୱର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ ଥିବାବେଳେ ଏବେ ବାଲେଶ୍ବର ଜିଲ୍ଲାପାଳ ଭାବେ ଆଶିଷ ଠାକରେଙ୍କୁ ନିଯୁକ୍ତି ମିଳିଛି ।

ସେହିପରି ପୁରୀ ଜିଲ୍ଲାପାଳ ଥିଲା ବିଜୟ କୁମାର ଦାଶ ଏବେ କଟକ ମହାନଗର ନିଗମ କମିଶନର ଭାବେ ବିଜୟ କୁମାର ଦାଶଙ୍କୁ ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.