Latest Odisha News

BREAKING NEWS

ଆର୍ୟନଙ୍କୁ ଅପହରଣ କରିଥିଲେ ୱାଙ୍ଖଡେ!

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ୍‌ ମଲିକ ଏବଂ ସମୀର ୱାଙ୍ଖଡେ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଶନିବାର ଦିନ ନବାବ ମଲିକ ସମୀରଙ୍କୁ ‘ଦାଉଦ୍‌’ ୱାଙ୍ଖଡେ ବୋଲି ଅଭିଯୋଗ କରିଥିଲେ। ଏହାସହ ମନ୍ତ୍ରୀ ଏହା ମଧ୍ୟ ଦାବି କରିଛନ୍ତି ଯେ ୱାଙ୍ଖଡେ ଆର୍ୟନଙ୍କୁ ଅପହରଣ ମଧ୍ୟ କରିଥିଲେ।

ସେ ଦାବି କରିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଏସଆଇଟି ଗଠନ କରାଯାଇ ଏହି ଘଟଣାର ଯାଞ୍ଚ କରାଯିବ ଏବଂ କେନ୍ଦ୍ର ସରକାରଙ୍କ ଏସଆଇଟି ମଧ୍ୟ ଏଥିରେ ସାମିଲ ହେବେ।

ନବାବ ମଲିକ ଟ୍ୱିଟ କରି କହିଛନ୍ତି ଯେ ମୁଁ ଏସଆଇଟି ଗଠନ ପାଇଁ ଦାବି କରିଛି, କିନ୍ତୁ ବର୍ତ୍ତମାନ ଦୁଇଟି ଏସଆଇଟି ଗଠନ କରାଯାଇଛି। ଗୋଟିଏ ଦଳ କେନ୍ଦ୍ର ସରକାର ଗଠନ କରିଥିବାବେଳେ ଅନ୍ୟ ଦଳ ରାଜ୍ୟ ସରକାର ଗଠନ କରିଛନ୍ତି। ଏବେ ଏହା ଦେଖିବାକୁ ବାକି ରହିଲା ଯେ, କିଏ ପ୍ରଥମେ ଏହି ଘଟଣାର ବାସ୍ତବତାକୁ ସାମ୍ନାକୁ ଆଣିବ।

Leave A Reply

Your email address will not be published.