Latest Odisha News

BREAKING NEWS

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ମା’ ୭ ଦିନରେ ୭ଟି ବେଶ ଧାରଣ କରନ୍ତି । ଶନିବାର ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ପୃଥିବୀକୁ ଶତୃଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି ।

ଏହି ବେଶରେ ଦର୍ଶନ କଲେ ଆୟୁ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ମା’ଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି ।  କରୋନା କଟକଣା ପାଇଁ ଦର୍ଶନ କରି ପାରୁନାହାନ୍ତି ଶ୍ରଦ୍ଧାଳୁ ।

ସହରର ସନ୍ଥିଆ କାଳୀ, ପୁରୁଣା ବଜାର କାଳୀ, ରାଜଘାଟ, ଚରମ୍ପାରେ ଷ୍ଟେସନ ବଜାରକାଳୀ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ସରକାରଙ୍କ କୋଭିଡ କଟକଣା ମଧ୍ୟରେ ହୋଇଛି । ସେହିପରି ମା’ ଭଦ୍ରକାଳୀ ପୀଠ, ପଥର କାଳୀ ପୀଠ, ମାଁ ଦକ୍ଷୀଣେଶ୍ୱର କାଳୀ ପୀଠରେ ମଧ୍ୟ ବିଧି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । କିନ୍ତୁ ସବୁଠି ମା’ଙ୍କ ଦର୍ଶନ ଉପରେ କଟକଣା ଲାଗିଥିବାରୁ ଶ୍ରଦ୍ଧାଳୁମାନେ ଦୁରଦୁରାନ୍ତରୁ ଆସି ମନ୍ଦିର ସମ୍ମୁଖରେ ମୁଣ୍ଡିଆ ମାରି ଫେରି ଯାଇଥିଲେ ।

ଚଳିତ ଥର କରୋନା ଯୋଗୁ ମାହୋଲ ସମ୍ପୁର୍ଣ୍ଣ ଫିକା ପଡିଛି । ବିନା ଶ୍ରଦ୍ଧାଳୁରେ କୋଭିଡ କଟକଣା ଭିତରେ ୮ଦିନ ଧରି ପୂଜା ସମାପନ ହୋଇଛି । ତେବେ ଶନିବାର ନିଶାର୍ଦ୍ଧରେ ମା’ଙ୍କୁ ସମସ୍ତ କଟକଣା ଭିତରେ ମେଲାଣି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.