Latest Odisha News

BREAKING NEWS

ସଲ୍‌ମାନ, ଶାହାରୁଖଙ୍କ ଅପେକ୍ଷା ଶିଶୁ ଓ କୁକୁର ସହିତ କାମ କରିବା ଅଧିକ ଭୟଭୀତ କରେ; ନୱାଜୁଦ୍ଦିନ

ନୂଆଦିଲ୍ଲୀ: ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତାଙ୍କ ମଧ୍ୟରୁ ନୱାଜୁଦ୍ଦିନ ସିଦ୍ଦିକ ଅନ୍ୟତମ। ନେଟ୍‌ଫ୍ଲିକ୍ସ ‘ସିରିୟସ୍‌ ମ୍ୟାନ୍‌’ରେ ଉତ୍କୃଷ୍ଟ ଅଭିନୟ ଯୋଗୁ ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ଏମି ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ବର୍ଗରେ ମନୋନୀତ କରାଯାଇଛି। ଏଥିପାଇଁ ସେ ବେଶ୍‌ ଆନନ୍ଦିତ ଥିବା ମଧ୍ୟ କହିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଆୟାନ ମଣି ଭୂମିକାରେ ଅଭିନୟ କରିଥିଲେ।

ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ ଏକ ବଲିଉଡ୍‌ ସୁପର୍‌ଷ୍ଟାର ସଲ୍‌ମାନ ଏବଂ ଶାହାରୁଖ ସହ କାମ କରିବା ଅପେକ୍ଷା ତାଙ୍କୁ ଶିଶୁ ଏବଂ କୁକୁର ସହିତ କାମ କରିବାକୁ ଅଧିକ ଭୟ ଲାଗେ। ଯାହାକୁ ନେଇ ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି ନୱାଜୁଦ୍ଦିନ।

Comments are closed.