Latest Odisha News

BREAKING NEWS

ଟି୨୦ କ୍ରିକେଟ୍ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଆଜି ବିସିସିଆଇ ଉନ୍ମୋଚନ କରିଛି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି । ଏହି ଜର୍ସି ପିନ୍ଧି ଭାରତୀୟ ଖେଳାଳିମାନେ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ । ନୂଆ ଜର୍ସି କିଟ୍‌କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି ।

ବିସିସିଆଇର ଏକ ଟୁଇଟ୍‌ରେ କ୍ରିକେଟର୍ କେ.ଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଜସପ୍ରୀତ ବୁମରାହଙ୍କୁ ନୂଆ ଜର୍ସି ପିନ୍ଧିବାରେ ଦେଖିବାକୁ ମିଳିଛି । ଅଫିସିଆଲ୍ କିଟ୍ ପ୍ରାୟୋଜକ ଏମ୍‌ପିଏଲ୍ ସ୍ପୋର୍ଟସ୍ ଦ୍ୱାରା ଏହି ଜର୍ସିକୁ ଲଂଚ କରାଯାଇଛି ।

Leave A Reply

Your email address will not be published.