Latest Odisha News

BREAKING NEWS

ଉପେନ୍ଦ୍ର ରାଜକୋୱାଙ୍କ ଭୂମିକାରେ ନୱାଜୁଦ୍ଦିନ, ଯିଏ ନିଜ ପତ୍ନୀ ସହ ୩ ଝିଅଙ୍କୁ ହତ୍ଯା… 

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଏକ ବାୟୋପିକ୍ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।

ବାୟୋପିକ୍ ଫିଲ୍ମଟି ଜଜ୍ ଉପେନ୍ଦ୍ର ନାଥ ରାଜକୋୱାଙ୍କ ଉପରେ ଆଧାରିତ। ଉପେନ୍ଦ୍ର ନାଥ ରାଜକୋୱା ବିବାଦରେ ରହିଥିଲେ।

ଧୁବ୍ରିର ପୂର୍ବତନ ଜିଲ୍ଲା ତଥା ସେସନ କୋର୍ଟ ବିଚାରପତି ରାଜକୋୱା ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ମମ ହତ୍ୟା କରିଥିଲେ। ଯେଉଁ ଘଟଣା ସମଗ୍ର ରାଜ୍ୟକୁ ଚକିତ କରି ଦେଇଥିଲା। ୧୯୭୦ ମସିହାରେ ଏହି ଜଜ ଜଣକ ନିଜ ପତ୍ନୀଙ୍କ ସମେତ ୩ ଝିଅଙ୍କୁ ହତ୍ୟା କରିଥିଲେ।

ଏହି ଚଳଚ୍ଚିତ୍ରଟି ନୱାଜୁଦ୍ଦିନଙ୍କ ଭାଇ ଫେଜୁଦ୍ଦିନ ସିଦ୍ଦିକିଙ୍କ ଦ୍ୱାରା ନିର୍ମାଣ କରାଯାଉଛି। ରାଜକୋୱାଙ୍କୁ ଗିରଫ ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯେଉଁ ଘଟଣାଗୁଡ଼ିକ ଉପରେ ଏହି ଫିଲ୍ମ ଆଧାରିତ। ତେବେ ଏହି ସମ୍ବେଦନଶୀଳ ଘଟଣା ଉପରେ ଫିଲ୍ମ ନିର୍ମାଣ ନେଇ ଅଭିନେତା ତାଙ୍କ ପରିବାରର କିଛି ସଦସ୍ୟଙ୍କ ଅନୁମତି ନେଇଥିବା ଜଣାପଡିଛି।

Comments are closed.