Latest Odisha News

BREAKING NEWS

ନୱାଜୁଦ୍ଦିନ ସିଦ୍ଦିକୀ ଓ ପତ୍ନୀ ଆଲିଆଙ୍କ ଭିଡିଓ ଭାଇରାଲ୍, ୧୮ବର୍ଷ ନଷ୍ଟ କରିଥିବା କହିଲେ ପତ୍ନୀ

ମୁମ୍ବାଇ:ଏ କିଛିଦିନ ହବ ସୋସିଆଲ ମିଡ଼ିଆ ଆଉ ଟିଭି ଖୋଲିଲେ ଦେଖିବାକୁ ମିଳୁଛି ଷ୍ଟାର ଦମ୍ପତିଙ୍କ ଝଗଡ଼ା।  ଘର କଳି ଦାଣ୍ଡରେ ପଡୁଛି । ଏମିତି କିଛି ବି ଲୋକ ଅଛନ୍ତି, ସେମାନେ କୁଆଡ଼େ କିଛି ନଜାଣି ସାମାଜିକ ଗଣ ମାଧ୍ୟମରେ ବହୁତ ପ୍ରକାର ମତ ଦେବାରେ ବ୍ୟସ୍ତ ରହନ୍ତି । ସେଇ ମତ ଦେବା ଯେ କେତେ ଦୂର ଯୁକ୍ତିଯୁକ୍ତ,  ତାହା ସେମାନେ ଚିନ୍ତା ବି କରିନଥାନ୍ତି।
BjdElectrycity
ସେହିପରି ଘର ବାହାରେ ପତ୍ନୀଙ୍କ ସହ ଝଗଡ଼ା କରୁଥିବାର ନଜର ଆସିଛନ୍ତି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ। ଭିଡିଓରେ ପତ୍ନୀ ଆଲିଆ ୧୮ବର୍ଷ ନଷ୍ଟ କରିଥିବା କହିଛନ୍ତି । ଗତ କିଛି ମାସ ହେଲା ନୱାଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଉଭୟ ପରସ୍ପର ଉପରେ ଭିନ୍ନ ଭିନ୍ନ ଆରୋପ ଲଗାଉଥିବା ବେଳେ ଏବେ ନୱାଜଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ଆଲିଆ।
ଏସବୁ ଭିତରେ ଆଲିଆ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ନୱାଜ ଘର ବାହାରେ ରହି ତାଙ୍କ ସହ ବିତର୍କ କରୁଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ଜଣେ ବ୍ୟକ୍ତିଙ୍କୁ ମୋର ୧୮ବର୍ଷ ଦେଇଥିବାରୁ ମୁଁ ଦୁଃଖିତ, ଯାହାଙ୍କ ଆଗରେ ମୋର ମୂଲ୍ୟ ନାହିଁ। ପ୍ରଥମେ ମୁଁ ତାଙ୍କୁ ୨୦୦୪ରେ ଭେଟିଥିଲି । ଆମେ ଲିଭ୍ ଇନରେ ରହୁଥିଲୁ । ବହୁତ ଖୁସିରେ ଜୀବନ ବିତାଉଥିଲୁ। ନୱାଜଙ୍କ ପାଖରେ ସେ ସମୟରେ ଟଙ୍କା ନଥିବାରୁ ମୁଁ ଓ ତାଙ୍କ ଭାଇ ତାଙ୍କୁ ଚଳାଉଥିଲୁ। ହେଲେ ଏ ମଣିଷ ସବୁ ଭୁଲିଗଲେ।
Leave A Reply

Your email address will not be published.