Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରା ଅଧାରୁ ବନ୍ଦ କରିଦେବାକୁ ଚାହୁଁଥିଲେ ରାହୁଲ..ଅନ୍ୟ କାହାକୁ ଦେଇଥାନ୍ତେ ଦାୟିତ୍ୱ

ଥିରୁଅନନ୍ତପୁରମ:ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସମାପ୍ତ ହେବା ପରେ ଚାରିଆଡେ ତାଙ୍କର ପ୍ରଶଂସାର ସୁଅ ଛୁଟିଛି । ରାହୁଲ ଗାନ୍ଧିଙ୍କ ଦୃଢ ସଙ୍କଳ୍ପର ପ୍ରଶଂସା କରି କଂଗ୍ରେସ ମହାସଚିବ ବେଣୁ ଗୋପାଳ ଶନିବାର ଏକ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଧାରୁ ଭାରତ ଯୋଡୋ ଯାତ୍ରା ଛାଡି ଦେବାକୁ ସ୍ଥିର କରିଥିଲେ ରାହୁଲ ଗାନ୍ଧି । ତାଙ୍କ ସ୍ଥାନରେ ଆଉ କାହାକୁ ନେତୃତ୍ୱ ଦେବା ପାଇଁ ଚିନ୍ତା କରୁଥିଲେ । ଏ ନେଇ ସେ ପ୍ରିୟଙ୍କାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଋାହୁଲ ଗାନ୍ଧିଙ୍କର ଅତି ନିକଟତର ଏବଂ ବିଶ୍ୱସ୍ତ ବେଣୁଗୋପାଳ କହିଛନ୍ତି, ଭାରତ ଯୋଡୋ ଯାତ୍ରା ଆରମ୍ଭ ବେଳେ ସ୍ଥିତି ଖୁବ ଗମ୍ଭୀର ଥିଲା । ରାହୁଲଙ୍କ ଆଣଣ୍ଠୁରେ ଖୁବ ଯନ୍ତ୍ରଣା ହେଉଥିଲା । କେରଳରେ ଭାରତ ଯୋଡୋ ଯାତ୍ରାରେ ସାମିଲ ଲୋକଙ୍କୁ ସମ୍ବୋଧିତ କରି ବେଣୁ ଗୋପାଳ କହିଛନ୍ତି, ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟା କୁମାରୀରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ତୃତୀୟ ଦିନ । ଯାତ୍ରା କେରଳରେ ପ୍ରବେଶ କରିବା ପରେ ରାହୁଲଙ୍କ ଆଣଣ୍ଠୁର ଯନ୍ତ୍ରଣା ବଢିଗଲା । ଦିନେ ରାତିରେ ସେ ବେଣୁଗୋପାଳଙ୍କୁ ଡକାଇ ତାଙ୍କ ସମସ୍ୟା ବିଷୟରେ କହିଥିଲେ । ଏପରିକି ତାଙ୍କ ସ୍ଥାନରେ ଆଉ କାହାକୁ ଦାୟିତ୍ୱ ଦେଇ ଏହି ଅଭିଯାନ ପୂରା କରିବାକୁ କହିଥିଲେ ।

ବେଣୁ ଗୋପାଳ କହିଥିଲେ, ଏହା ପରେ ପ୍ରିୟଙ୍କାଙ୍କ ଫୋନ ଆସିଥିଲା । ତାଙ୍କୁ ମଧ୍ୟ ରାହୁଲ ଆଣଣ୍ଠୁ ଯନ୍ତ୍ରଣା ବିଷୟରେ ଜଣାଇଥିଲେ । ସେ ଅଭିଯାନର ଅନ୍ୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ରାହୁଲ ହାତ ଯୋଡି ଛିଡା ହୋଇଗଲେ ଏବଂ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ।

ଏହା ପରେ ରାହୁଲ ଗାନ୍ଧିଙ୍କ ପରାମର୍ଶ କ୍ରମେ ଜଣେ ଫିଜିଓ ଥେରାପିଷ୍ଟଙ୍କୁ ତାଙ୍କ ଡାକ୍ତରୀ ଟିମରେ ସାମିଲ କରାଗଲା ଏବଂ ଚିକିତ୍ସା ଚାଲିଲା । ଭଗବାନ ବି ଡାକ ଶୁଣିଲେ ଏବଂ ରାହୁଲଙ୍କ ଯନ୍ତ୍ରଣାର ଉପଶମ ହୋଇଥିଲା ।ଭାରତ ଯୋଡୋ ଯାତ୍ରା ଜାନୁଆରୀ ୩୦ ତାରିଖରେ ଶେଷ ହୋଇଥିଲା । ରାହୁଲ ଗାନ୍ଧି ୧୪୫ ଦିନର ଏହି ଯାତ୍ରାରେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ୪ ହଜାର କିଲୋମିଟର ଚାଲିଥିଲେ ।

Leave A Reply

Your email address will not be published.