Latest Odisha News

BREAKING NEWS

ଝାଡଖଣ୍ଡରେ ଲାଲ ଆତଙ୍କ, ୧୧ଟି ଗାଡି ଜାଳିଦେଲେ ନକ୍ସଲ

ଝାଡଖଣ୍ଡ: ଝାଡଖଣ୍ଡରେ ଲାଲ ଆତଙ୍କ । ନିଜ ସ୍ଥିତି ଜାହିର କରିବା ପାଇଁ ୧୧ଟି ଗାଡିରେ ନିଆଁ ଲଗାଇଦେଲେ ନକ୍ସଲ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଝାଡ଼ଖଣ୍ଡର ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର‌୍ୟ୍ୟାଳୟ ସମେତ ୧୧ଟି ଗାଡ଼ିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି ।

ଝାଡ଼ଖଣ୍ଡର କିସ୍କୋ ପୁଲିସ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଝାଡ଼ଖଣ୍ଡର ଆଇଜି ଅପରେସନ୍ କୁମାର ସିଂ କହିଛନ୍ତି ଯେ ଗତ ରାତିରେ କିଛି ନକ୍ସଲ ସଂଘବଦ୍ଧ ହୋଇ ଆସିବା ସହ ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର‌୍ୟ୍ୟାଳୟ ସମେତ ୧୧ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏ ଘଟଣା ସଂପର୍କରେ ସକାଳୁ ଖବର ମିଳିବା ପରେ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

ନକ୍ସଲ ସଂଗଠନ କ୍ରମଶଃ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଥିବା ବେଳେ କିଛି ନକ୍ସଲ କ୍ୟାଡର ପୁଣି ଥରେ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ହିଂସାତ୍ମକ କାର‌୍ୟ୍ୟକଳାପ ଆରମ୍ଭ କରି ଏପରି ଘଟାଇଥିବା କହିଛନ୍ତି ଝାଡ଼ଖଣ୍ଡର ଆଇଜି ଅପରେସନ୍ କୁମାର ସିଂ।

Leave A Reply

Your email address will not be published.