Latest Odisha News

BREAKING NEWS

ହେଲା ମାନଭଂଜନ, ରାଗ ରୁଷା ଭୁଲି କୋଳାକୋଳି ହେଲେ ବାବୁ-ଜଗା

ଭୁବନେଶ୍ୱର: କାଲି ରୁଷି ଥିଲେ, ଆଜି ସବୁ ରାଗ ରୁଷା ଭୁଲି ଗଲେ। ଏ ଫୋଟୋ ହିଁ ବୁଝାଉଛି ଯେ ନିଜ ଜିଦରୁ ଓହରିଗଲେ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତିଙ୍କ ପାଖକୁ ପଠାଇଥିଲେ। ବାବୁ ସିଂଙ୍କ ନାଁ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ଭାବେ ଘୋଷଣା ହେବା ପରେ ପ୍ରଥମେ ଫେସବୁକରେ ନିଜ ଅସନ୍ତୋଷ ଜାହିର କରି ପୋଷ୍ଟ ଟିକୁ ଡିଲିଟ କରିଥିଲେ ଏବଂ କିଛି ସମୟ ମଧ୍ୟରେ ନିଜ ଇସ୍ତଫା ପଠାଇ ଦେଇଥିଲେ।୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ବାବୁ ସିଂଙ୍କୁ ଜିଲ୍ଲା ସଭାପତି କରାଯିବା ଘଟଣା ଭାରି ବାଧିଥିଲା ଏହି ପଦବୀ ପାଇଁ ଆଶାୟୀ ଥିବା ଜଗା ପ୍ରଧାନଙ୍କୁ । ତେବେ ଦଳ ତାଙ୍କ ଇସ୍ତଫା ଗ୍ରହଣ କରି ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଓ ବୁଝାଇବା ଫଳରେ ଜଗାଙ୍କର ମାନଭଂଜନ ହୋଇଛି ବୋଲି ଚର୍ଚ୍ଚା ହେଉଛି । ସେ ବୁଧବାର ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

ବୁଧବାର ଦଳ କାର୍ଯ୍ୟାଳୟରେ ବାବୁ ଓ ଜଗନ୍ନାଥ କୋଳାକୋଳି ହୋଇଛନ୍ତି ସତ ତେବେ ଆଗକୁ ଏହି ଅସନ୍ତୋଷ ରହିବ ନା ସେମାନେ ଏକାଠି ହୋଇ ଦଳ ଲାଗି କାର୍ଯ୍ୟ କରିବେ ତାହା ସମୟ ହିଁ କହିବ ।

Leave A Reply

Your email address will not be published.