କଟକ: ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗିରଫ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ । ନାବାଳିକାଙ୍କୁ ହତ୍ୟା କରିବା ପରେ ଦୁଷ୍କର୍ମ କରାଯାଇଛି । ପ୍ରେସମିଟରେ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ଜେରା ବେଳେ ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ କରିଥିବା ମାନିଛି । ଘଟଣା ଦିନ ଏକା ଜାମୁକୋଳି ଖାଇବାକୁ ସରୋଜ ସେଠୀଙ୍କ ଘରକୁ ଯାଇଥିଲା ପରୀ । କୋଳି ମାଗିବାରୁ ଅଭିଯୁକ୍ତ ଘର ଭିତରକୁ ଡାକିଥିଲା । ସେଦିନ ଘରେ କେହି ନଥିଲେ । ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିବାରୁ ଚିତ୍କାର କରିଥିଲା ପରୀ ।
ହତ୍ୟା ପରେ ଦୁଷ୍କର୍ମ
ଚିତ୍କାର କରିବାରୁ ଅଭିଯୁକ୍ତ ପରୀକୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଦୁଷ୍କର୍ମ କରିଥିଲା । ମୃତଦେହକୁ ପୋଖରୀ ନିକଟ ବୁଦା ପାଖରେ ଫିଙ୍ଗି ଦେଇଥିଲା । ମୃତଦେହକୁ ନଷ୍ଟ କରିବାରେ କୌଣସି କେମିକାଲ୍ ବ୍ୟବହାର ହୋଇ ନଥିବା କହିଛନ୍ତି ଅରୁଣ ବୋଥ୍ରା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ମିଳିନାହାନ୍ତି । ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଥିବା କହିଛନ୍ତି ଅରୁଣ ବୋଥ୍ରା ।

କେମିତି ସନ୍ଦେହ ଘେରକୁ ଆସିଲା ସରୋଜ ?
ଏସାଇଟି ସରୋଜର ମୋବାଇଲକୁ ଯାଞ୍ଚ କରିଥିଲେ । ସେତେବେଳେ ତାର ମୋବାଇଲରୁ ପପ୍ ଅପ୍ ବାହାରିଥିଲା । ମୋବାଇଲରେ ଜଣେ ତିନି ବର୍ଷ ଝିଅକୁ ଦୁଷ୍କର୍ମ ପରେ କିଭଳ ହତ୍ୟା କରାଯାଏ ସେସମ୍ପର୍କିତ ଖବର ସର୍ଚ୍ଚ କରିଥିଲା । ପଚରାଉଚରା ବେଳେ ବି ପ୍ରତିକ୍ରିୟାଶୀଳ ହୋଇଥିଲା ସରୋଜ । ଏହାପରେ ପଲିଗ୍ରାଫ ଟେଷ୍ଟ ହୋଇଥିଲା ।
SIT ପାଖରେ ସାଇଣ୍ଟିଫିକ୍ ପ୍ରମାଣ
ସରୋଜ ଉପରେ ବଢ଼ିଥିଲା ସନ୍ଦେହ । ତାକୁ ବାରମ୍ବାର ପଚରାଉଚରା କରିଥିଲା ଏସଆଇଟି । ସେହିପରି ପରୀର ପୋଷାକରୁ ସିମେନି ମିଳିଥିଲା । ମୃତଦେହ ଉପରେ ପୋଷାକ ନଥିଲା । ତିନି ତିନିଟି ସାଇଣ୍ଟିଫିକ୍ ପ୍ରମାଣ ମିଳିଛି । ରିପୋର୍ଟ ଆସିବା ପରେ ଦୁଷ୍କର୍ମ ଜନିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିଛି ଏସଆଇଟି ।

ଅରୁଣ ବୋଥ୍ରା କହିଛନ୍ତି, ପୂର୍ବରୁ ଜିଲ୍ଲା ପୋଲିସ ବି ସରୋଜଙ୍କୁ ସନ୍ଦେହ ଘେରକୁ ଆଣିଥିଲେ । ଏସଆଇଟି ଆଗରେ ଅଭିଯୁକ୍ତ ସରୋଜର ସ୍ୱୀକାରୋକ୍ତିର ଅଡିଓ ଓ ଭିଡିଓ ବି ରହିଛି । ସରୋଜର ମୋବାଇଲର ଡିଲିଟ ତଥ୍ୟକୁ ରିକଭରି ଉଦ୍ୟମ କରାଯାଉଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।
BREAKING NEWS
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା
- କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କ ଇସ୍ତଫା
- ଆସନ୍ତୁ ଜାଣିବା ମୋବାଇଲ ଓ ଲ୍ୟାପଟପ ଯୋଗୁ କିପରି ପ୍ରଭାବିତ ହୁଏ ପୁରୁଷଙ୍କ ଫର୍ଟିଲିଟି

Comments are closed.