Latest Odisha News

BREAKING NEWS

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ ଅପରାଧରେ ଅଭିଯୁକ୍ତର ବୟସ ୧୬ରୁ ୧୮ ବର୍ଷ ହୋଇଥିଲେ ତାହାର ବିଚାର ସାବାଳକ ଅପରାଧିଙ୍କ ଭଳି କରାଯାଏ।

ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ କ୍ଷେତ୍ରରେ ଏହି ଆଇନ ଲାଗୁ ହେବ। ଅଭିଯୁକ୍ତର ବୟସ ୧୮ବର୍ଷ ଭିତରେ ରହିଛି।  ଏଥିପାଇଁ ମାମଲାକୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଫେବୃଆରୀ ୫ତାରିଖରେ ନାବାଳକ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ। ଏସଆଇଟି କରିଥିବା LVA ଆବେଦନ ଉପରେ ଶୁଣାଣି କରିବେ କୋର୍ଟ।

Comments are closed.