ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନ ଉପରେ ଆଜି ଶୁଣାଣି ରହିଛି । ନୟାଗଡ଼ ପକସୋ କୋର୍ଟରେ ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲା ଏସଆଇଟି ।
ପରୀ ହତ୍ୟା ମାମଲାରେ କେହି ସାକ୍ଷୀ ନାହାନ୍ତି । ଅଭିଯୁକ୍ତ ବିରୋଧରେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ କରୁଛି ଏସଆଇଟି । ଅଭିଯୁକ୍ତ ସରୋଜ କେତେ ସତ ଓ କେତେ ମିଛ କହୁଛି ନାର୍କୋ ଟେଷ୍ଟ ବା ବ୍ରେନ୍ ମ୍ୟାପିଂରୁ ଧରା ପଡ଼ିବ । ହତ୍ୟାକାଣ୍ଡର ଅଧିକ ତଥ୍ୟ ହାସଲ ପାଇଁ ନାର୍କୋ ଆନାଲିସିସ ଟେଷ୍ଟ କରିବାକୁ ଚାହୁଁଛି ଏସଆଇଟି ।
Comments are closed.