Latest Odisha News

Nayagarh Chhena Poda: ଖୁବ ଶୀଘ୍ର ମିଳିବ ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ ମାନ୍ୟତା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ।

ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ​ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା ମେ ୨୮ ଏବଂ ୨୯ ହେବ । ସାଂସଦ ସମ୍ବିତ ପାତ୍ରଙ୍କୁ ପତ୍ର ଲେଖି ଏ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ।

ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ତେଣୁ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍‌ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଥିଲେ । ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ୍‌ର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ ସାଂସଦ ସମ୍ବିତ ପାତ୍ର ।

ସୂଚନାଥାଉକି, ଏପ୍ରିଲ ୧୧ ତାରିଖରେ ବିଶ୍ବ ଛେନା ପୋଡ ଦିବସ ପାଳନ କରାଯାଉଛି ।

 

Leave A Reply

Your email address will not be published.