ଭୁବନେଶ୍ୱର: ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ। ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା। ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼ ମେଡାଲ।
ଜୋଷ୍ଣାରାଣୀ ବେଷ୍ଟ ପୋଜର ଆୱାର୍ଡ ମଧ୍ୟ ହାତେଇଛନ୍ତି। ଏହି ଦିନିକିଆ ଏନପିସି ଓଡିଶା ବଡି ବିଲ୍ଡିଂ ଚମ୍ପିୟାନସିପରେ ଓଡିଶା ତଥା ବାହାରରୁ ବଛା ବଛା ୬୦ ଜଣ ବଡି ବିଲଡର ଯୋଗଦେଇଥିଲେ।
ଏନପିସି ବଡି ବିଲ୍ଡିଂ ଚାମ୍ପିୟାନସିପ ଏନପିସି ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ ଆରଆର-୨୭ ଦ୍ୱାରା ଆୟୋଜିତ ହୋଇଥିଲା ।
Comments are closed.