Latest Odisha News

BREAKING NEWS

ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ନିଯୁକ୍ତି ମେଳା

ଭୁବନେଶ୍ୱର: ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ), ଭୁବନେଶ୍ୱର ମେ ୨୫ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତି ମେଳା ବା ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି । ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କୁ ୨୫୦ରୁ ଅଧିକ ପଦବୀରେ ନିଯୁକ୍ତି ମିଳିପାରିବ ।

ଏହି ପଦବୀଗୁଡିକ ମଧ୍ୟରେ ପ୍ରଡକ୍ଟ ମାର୍କେଟିଂ, ସେଲ୍ସ, ଟେଲିସେଲ୍ସ, ଇଲେକ୍ଟ୍ରିକାଲ, କଷ୍ଟମର ସର୍ଭିସ ଆଦି ଅନେକ ପଦବୀ ରହିଛି । ଏଥିପାଇଁ ମାଟ୍ରିକ, ଯୁକ୍ତ ଦୁଇ, ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ରହିଛି । ୧୮-୩୫ ବର୍ଷ ବୟସର ନିଯୁକ୍ତି ଆଶାୟୀ ଏହି ନିଯୁକ୍ତି ମେଳାରେ ଭାଗ ନେଇପାରିବେ ।

ଦିବ୍ୟାଙ୍ଗ ବର୍ଗରେ କେବଳ ଚଳପ୍ରଚଳରେ ସମସ୍ୟା ଥିବା ନିଯୁକ୍ତି ଆଶାୟୀ ଭାଗ ନେଇପାରିବେ । ମେଳାରେ ଯୋଗ ଦେବା ପାଇଁ ନିଯୁକ୍ତି ଆଶାୟୀମାନେ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ କପି, ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋଗ୍ରାଫ, ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ପ୍ରମାଣପତ୍ର ଓ ପୂରଣ ହୋଇଥିବା ରେଜୁମେ ସାଙ୍ଗରେ ଆଣି ଆସିବାକୁ ପଡିବ ।

ଏହି ନିଯୁକ୍ତି ମେଳା ଏନସିଏସସିଡିଏ, ପ୍ଲଟ ନଂ ୧,୨,୫ ଓ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, (ମଧୂସୁଦନ ଦାସ ପାର୍କର ସାମ୍ନା)ରେ ଆୟୋଜିତ ହେବ। ସମୟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ଭିତରେ ୧୮-୩୫ ବର୍ଷ ବ୍ୟକ୍ତି ଆସି ନିଯୁକ୍ତି ମେଳାରେ ସାମିଲ ହୋଇପାରିବେ।

Leave A Reply

Your email address will not be published.