Latest Odisha News

ବର୍ଦ୍ଧିତ ତେଲ ଦର ବେଳେ ମୋଦୀଙ୍କ ନୂଆ ରଣନୀତି, ବୁଝିବେ ତ ନବୀନ?

ଭୁବନେଶ୍ୱର: ମହଙ୍ଗା ମାଡ ବେଳେ ଲୋକେ ଅପେକ୍ଷା କରିଥିଲେ କେବେ କମିବ ଦରଦାମ । ଦରଦାମ କମାଇବାକୁ ହେଲେ ପ୍ରଥମେ ତେଲ ଦର କମିବା ଦରକାର । ତେଣୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ତେଲ ଉପରୁ ଭାଟ ଛାଡ କରିବାକୁ । ହେଲେ ତୁ ତୁ ମେଁ ମେଁ ରାଜନୀତିରେ ତେଲ ଦର କୌଣସି ସରକାର କମାଇ ନଥିଲେ। ଆଉ ଠିକ୍ ଏହି ସମୟରେ କେନ୍ଦ୍ରର ମୋଦୀ ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଏବଂ ଡିଜେଲ ଉପରୁ ୬ ଟଙ୍କା ଉତ୍ପାଦ ଶ୍ଳୁକ ହ୍ରାସ କରିଛନ୍ତି। ଯାହାକି ବିରୋଧୀ ଦଳଙ୍କୁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଖାଲି ଏତକି ନୁହେଁ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଗ୍ୟାସ ଯୋଜନାରେ ମଧ୍ୟ ରିହାତି ଘୋଷଣା କରିଛନ୍ତି।

କେନ୍ଦ୍ର ଏପରି ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗି ଦେଇଛନ୍ତି। କାରଣ ଓଡିଶା ସମତେ ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟ ଦାବି କରୁଥିଲେ ପ୍ରଥମେ କେନ୍ଦ୍ର ସରକାର ଉତ୍ପାଦ ଶ୍କୁଳ କମାଉ ତାପରେ ରାଜ୍ୟ ସରକାର ଚିନ୍ତା କରିବେ । ଏବେ କିନ୍ତୁ ମୋଦୀଙ୍କ ଏହି ନୂଆ ରଣନୀତି ଆଗରେ ଅଣି ବିଜେପି ସରକାର ପଛରେ ପଡିଯାଇଛନ୍ତି।  ହେଲେ କେରଳ ସରକାର କେନ୍ଦ୍ରର ଚାଲ୍ ବୁଝିପାରି ତେଲ ଉପରୁ ଭାଟ ଛାଡ କରିବାକୁ ଘୋଷଣା କରିଛି।

ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। ଏହାପରେ ଅନ୍ୟାନ୍ୟ ଟିକସ ମିଶାଇଲେ ପେଟ୍ରୋଲ ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଛି।

ଓଡ଼ିଶାର ସଂଶୋଧିତ ଉପରେ ଭାଟ ମିଶିଲେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ୨୩ ପଇସା ଏବଂ ଡିଜେଲ ୭ ଟଙ୍କା ୩୬ ପଇସା ଶନିବାର ସକାଳୁ ହ୍ରାସ ହେବ ବୋଲି ଉତ୍କଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି। ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ରହିଥିବା ବେଳେ ଡିଜେଲ ୧୦୩ ଟଙ୍କା ଥିଲା।

ନିର୍ମଳା ସୀତାରମଣ ଉଜ୍ଜ୍ୱଳା ଯୋଜନାରେ ୯ କୋଟି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର (୧୨ଟି ସିଲିଣ୍ଡର) ପିଛା ୨୦୦ ଟଙ୍କା ସବସିଡି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହା ଦ୍ୱାରା ଆମ ମା’ ଓ ଭଉଣୀମାନେ ଉପକୃତ ହେବେ। ଆମ ପାଇଁ ଜନତା ସବୁବେଳେ ପ୍ରଥମ ବୋଲି ମୋଦୀ ଟ୍ୱିଟ୍ କରି କହିଛନ୍ତି। ବିଶେଷ କରି ପେଟ୍ରୋଲ ଓ ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ ସହ ଜଡ଼ିତ ଆଜିର ନିଷ୍ପତ୍ତି ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମୋଦୀ କହିଛନ୍ତି।

ସେହିପରି କେରଳ ସରକାର ଶନିବାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଛି। କେରଳ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଦୁଇଗୁଣା ଲାଭ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ ଓ ଡିଜେଲ ଦର କମାଇ ଦେଶବାସୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବିଶେଷ କରି ଏବେ ଓଡିଶାର ବିଜେଡି ସରକାର ଏବଂ ଅଣ ବିଜେପି ରାଜ୍ୟ ସରକାରମାନଙ୍କ ଉପରେ ଅଧିକ ଚାପ ରହିବ। ଅନେକ ବିଜେପି ଶାସିତ ରାଜ୍ୟ ତେଲ ଉପରେ ଟିକସ ହ୍ରାସ କରିଛନ୍ତି। ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ତେଲ ଉପରୁ ଟିକସ ଛାଡ କରିବାକୁ ଆହ୍ୱାନ କରିବା ପରେ ମହାରାଷ୍ଚ୍ର, ପଶ୍ଚିମବଙ୍ଗ ଆଦି ସରକାର କେନ୍ଦ୍ର ଉପରେ ବର୍ଷିଥିଲେ। ସେହିପରି ଓଡିଶାର ଶାସକ ଦଳ ଦର ଦାମ ବୃଦ୍ଧିକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଉଥିବା ବେଳେ କେନ୍ଦ୍ର ଆଗ ଉତ୍ପାଦ ଶ୍କୁକ କମାଉ ବୋଲି ଦାବି କରିଥିଲେ।

ଏହା ପୂର୍ବରୁ ଦୂର୍ଗାପୂଜା ବେଳେ କେନ୍ଦ୍ର ସରକାର ଏହିପରି ଭାବରେ ଉତ୍ପାଦ ଶ୍କୁକ କମାଇଥିଲେ। ଆଉ କେନ୍ଦ୍ର ଉତ୍ପାଦ ଶ୍କୁକ କମାଇବା ପରେ ଓଡ଼ିଶା ସରକାର ମଧ୍ୟ ତେଲ ଉପରୁ ଟିକସ ଛାଡ କରିଥିଲେ। ତେଣୁ ଏବେ ନବୀନ ସରକାର ଦର କମାଇବେ ବିରୋଧୀଙ୍କ ରଣନୀତିରେ ସାମିଲ୍ ହେବେ ତାହା ଦେଖିବାକୁ ବାକି ରହିଲା ।

ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କଂଗ୍ରେସ ପାଇଁ ହୋଇଛି ବୋଲି କହିଛି । କଂଗ୍ରେସ ନେତାଙ୍କ ଚାପ ଯୋଗୁଁ ଏଭଳି ହ୍ରାସ ଘଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାର କଂଗ୍ରେସର ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି।

Leave A Reply

Your email address will not be published.