Latest Odisha News

ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନାରେ ଭାରତୀୟ ସେନା ଅଧିକାରୀ ମେଜର ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆଙ୍କୁ ରିପୋର୍ଟ ମାଗିଛନ୍ତି ।

ମେଜର ସିଂ ଏବଂ ତାଙ୍କ ବାନ୍ଧବୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି ଏବଂ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ଏହାପୂର୍ବରୁ ଗତକାଲି ଡିଜିପି ୱାଇ.ବି ଖୁରାନିଆ ଭରତପୁର ପୋଲିସ ଷ୍ଟେସନର ଆଇଆଇସି ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ । ଏହା ସହ ଏହି ଦମ୍ପତିଙ୍କୁ ଆକ୍ରମଣ କରିଥିବା ରୋଡ ରୋମିଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ଡିଜିପି ଆଇଆଇସି ଦିନକୃଷ୍ଣ ମିଶ୍ର, ଏସଆଇ ଵୈଶାଳିନୀ ପଣ୍ଡା, ଏଏସଆଇ ସାଲିମାମୟୀ ସାହୁ, ଏଏସଆଇ ସାଗାରିକା ରଥ ଏବଂ କନଷ୍ଟେବଳ ବଳରାମ ହାଣ୍ଡାଙ୍କୁ ନିଲମ୍ବନ କରାଯାଇଥିଲା ।

Leave A Reply

Your email address will not be published.