Latest Odisha News

BREAKING NEWS

ଉପରମୁଁହା କୋଭିଡ ଗ୍ରାଫ: ୨୪ ଘଣ୍ଟା, ୫୪ ହଜାର ଆକ୍ରାନ୍ତ, ୮୫୩ ମୃତ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୪,୭୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୩ ଜଣଙ୍କର ଜୀବନ ଯାଇଛି ।
ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୭,୫୦,୭୨୪ ଲକ୍ଷ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୫,୬୭,୭୩୦ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୧,୪୫,୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ମୋଟ ୩୭,୩୬୪ ଜଣଙ୍କର ମୃତ୍ୟୁ ହୋଇଛି।

ସଂକ୍ରମିତଙ୍କ ଗ୍ରାଫ ଉପର ମୁଁହା ହେଉଥିବା ବେଳେ ଦେଶରେ ଆରମ୍ଭ ହୋଇଛି ଅନଲକ-୩.୦ । ଏଭଳି ପରିସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି କେତେ ଅଂଶରେ ଲୋକଙ୍କୁ ପ୍ରଭାବିତ କରିବ ତାହା ଏକ ପ୍ରକାରର ସ୍ପଷ୍ଟ ହେଉଛି ।

ଅନ୍ୟପଟେ ବିଶ୍ୱର ସଂକ୍ରମିତ ଦେଶଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

Leave A Reply

Your email address will not be published.