Latest Odisha News

ଦିନକରେ ଦେଶରେ ୭୨ ହଜାର ନୂଆ ଆକ୍ରାନ୍ତ, ୯୮୬ ମୃତ

ନୂଆଦିଲ୍ଲୀ: ଦେଶରେ ୬୭ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୭୨ ହଜାର ୪୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨କୁ ବୃଦ୍ଧି ପାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୯୮୬ ଆକ୍ରାନ୍ତଙ୍କୁ ମାରି ଦେଇଛି । ଦେଶରେ କରୋନାରେ ମୋଟ୍ ୧ ଲକ୍ଷ ୪ ହଜାର ୫୫୫ ଆକ୍ରାନ୍ତ ପ୍ରାଣ ହରାଇଲେଣି । ମୃତ୍ୟୁହାର ରହିଛି ୧.୫୪ ପ୍ରତିଶତ ।
India New Covid Positive
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ସାରା ବିଶ୍ୱ ତୁଳନାରେ କରୋନାରୁ ସର୍ବାଧିକ ସୁସ୍ଥ ଭାରତରୁ ହୋଇଛନ୍ତି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫୭ ଲକ୍ଷ ୪୪ ହଜାର ୬୯୪ । ଆରୋଗ୍ୟ ହାର ରହିଛି ୮୫ ପ୍ରତିଶତ । ଏବେ ଦେଶରେ ୯ ଲକ୍ଷ ୭ ହଜାର ୮୮୩ଟି ଆକ୍ଟିଭ୍ କେସ୍ ରହିଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ଭଳି ୧୦ଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍ କେସ ରହିଛି । ଦେଶର ମୋଟ ଆକ୍ଟିଭ କେସର କେବଳ ୭୭ ପ୍ରତିଶତ ସେସବୁ ରାଜ୍ୟର ଆକ୍ରାନ୍ତ ରହିଛନ୍ତି । ସେହିପରି ଗତ ଦୁଇ ସପ୍ତାହ ଧରି ଦେଶରେ ୧୦ ଲକ୍ଷ ତଳେ ରହିଛି ଆକ୍ଟିଭ୍ କେସ୍ ।

ଦେଶର ୨୫ଟି ଜିଲ୍ଲାରେ ୪୯ ପ୍ରତିଶତ ଡେଥ୍ କେସ୍ ରହିଛି । ସାରା ଦେଶରେ ୮ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଗଲାଣି । ଗତ ସପ୍ତାହରେ ହାରାହାରି ୮୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.