Latest Odisha News

BREAKING NEWS

NDRF ଅଫିସରଙ୍କୁ ସଲାମ୍: ପାଣିଘେରରୁ ନବଜାତକୁ ଉଦ୍ଧାର, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

କୋଲକାତା: ବାତ୍ୟା ୟସ୍ ପ୍ରଭାବରେ ପଶ୍ଚିମବଙ୍ଗରେ ବିଭୀଷିକା । ଅନେକ ଅଞ୍ଚଳ ଜଳବନ୍ଦୀ । ବିଶେଷ ଭାବରେ ପ୍ରଭାବିତ ହୋଇଛି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା । ବାତ୍ୟା ମୁକାବିଲା ଭିତରେ ଏନଡିଆରଏଫ ଟିମର ଉଦ୍ଧାର ଅଭିଯାନର ଏକ ଚିତ୍ରକୁ ନେଇ ଏବେ ଚର୍ଚ୍ଚା । ଆଣ୍ଠୁଏ ପାଣିରେ ଜଣେ ନବଜାତଙ୍କୁ ଉଦ୍ଧାର କରି ନିଜ କୋଳରେ ଧରି ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି ଜଣେ ଏନଡିଆରଏଫ୍ ଅଫିସର । ଅତି ଯତ୍ନର ସହ ତାକୁ କୋଳେଇ ଆଣିଛନ୍ତି । ଅଦ୍ୟମ ସାହସ ଦେଖାଇଛନ୍ତି ଓ ମାନବିକତାର ପରିଚୟ ଦେଇଛନ୍ତି ଅଫିସର ।

ସୋସିଆଲ୍ ମିଡିଆରେ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା । ଏହି ଘଟଣା ହେଉଛି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଡାଏମଣ୍ଡ ହାର୍ବର ଅଞ୍ଚଳର । ବାତ୍ୟା ୟସ୍ ପ୍ରଭାବରେ ପୁରା ଅଞ୍ଚଳ ଜଳମଗ୍ନ ହୋଇଛି । ପାଖରେ ଥିବା ଏକ କୋଠା ଉପରେ କିଛି ଲୋକ ଫସି ରହିଥିଲେ । କୁହାଯାଉଛି ସେମାନଙ୍କ ସହ ଥିଲା ନଜବାତ । ପରିବାରର ଅନ୍ୟ ସମସ୍ତଙ୍କୁ ବି ଏନଡିଆରଏଫ ଯବାନ ସୁରକ୍ଷିତ ଭାବରେ ଜଳଘେରରୁ ଉଦ୍ଧାର କରିଥିଲେ ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର ଓ ପୁନରୁଦ୍ଧାର ଅଭିଯାନକୁ ଜୋରଦାର କରିଛନ୍ତି ଏନଡିଆରଏଫ୍ ଟିମ୍ । ଓଡ଼ିଶା ସମେତ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳରେ ଗଛ କାଟି ରାସ୍ତା ଅବରୋଧ ହଟାଇବା, ପାଣି ଘେରରୁ ଲୋକଙ୍କୁ ରକ୍ଷା କରିବା ସହ ଧନଜୀବନର ସୁରକ୍ଷା ଦିରଲେ ଅହରହ କାମ ଜାରି ରଖିଛନ୍ତି ଏନଡିଆରଏଫ୍ କର୍ମଚାରୀ ।

Leave A Reply

Your email address will not be published.