Latest Odisha News

BREAKING NEWS

୯୦ ଦିନରେ କରୋନା ରହସ୍ୟ ଉପରକୁ ପରଦା ହଟାଇବାକୁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଲେ ବାଇଡେନ

ୱାଶିଂଟନ: କରୋନା ମହମାରୀ ଉତ୍ପତି ସ୍ଥଳ ନେଇ ଆମେରିକା ତଦନ୍ତ ଆରମ୍ଭ କରିଛି । ରାଷ୍ଟ୍ରପତି ଜୋ ବାଇଡେନ ୯୦ ଦିନ ମଧ୍ୟରେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଚୀନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଚୀନର ଉହାନରୁ କରୋନା ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି । ତେବେ ଏ ନେଇ ସେ ଭଳି କୌଣସି ବଳିଷ୍ଠ ପ୍ରମାଣ ମିଳି ନାହିଁ ।

ଚୀନ ଏଥିରେ ସହଯୋଗ କରୁ ବୋଲି ବାଇଡେନ କହିଛନ୍ତି । କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର ୩ ଗବେଷକ ଏଥିରେ ସଂକ୍ରମିତ ହୋଇଥିଲେ । ବର୍ତମାନ ଆମେରିକା ଗୋଇନ୍ଦା ବିଭାଗର ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.