Latest Odisha News

BREAKING NEWS

ଗୋଟିଏ ବର୍ଷରେ ୬୬ ହଜାରରୁ ଉର୍ଦ୍ଧ୍ବ ଭାରତୀୟଙ୍କୁ ମିଳିଲା ଆମେରିକାର ନାଗରିକତ୍ବ: ରିପୋର୍ଟ

ନୂଆଦିଲ୍ଲୀ: ଚାକିରି ପାଇଁ ହେଉ କି ସେ ଅଧ୍ୟୟନ ପାଇଁ । ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟାରେ ଲୋକ ବିକଶିତ ଦେଶ ଆମେରିକାକୁ ଯାଉଛନ୍ତି । ପରେ ସେମାନେ ସେଠାରେ ବସବାସ କରି ଆମେରିକାର ନାଗରିକତ୍ୱ ହାସଲ କରିଥାଆନ୍ତି । ଆମେରିକାର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକୀୟ ନାଗରିକ ହେବାରେ ଭାରତୀୟ ମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅତି କମରେ ୬୫ ହଜାର ୯୬୦ ଭାରତୀୟ ୨୦୨୨ ସୁଦ୍ଧା ସରକାରୀ ଭାବେ ଆମେରିକୀୟ ନାଗରିକ ହୋଇଛନ୍ତି ।

୩୩ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୨୦୨୨ ସୁଦ୍ଧା ବିଦେଶୀ ନାଗରିକଙ୍କ ସଂଖ୍ୟା ପ୍ରାୟ ୪ କୋଟି ୬୦ ଲକ୍ଷ ରହିଥିଲା, ଯାହା ଦେଶର ମୋଟ ଜନଂସଖ୍ୟାର ୧୪ ପ୍ରତିଶତ ଅଟେ । ଏହି ବର୍ଷ ୯ ଲକ୍ଷ ୬୯ ହଜାର ୩୮୦ ଜଣ ବିଦେଶୀ ନାଗରିକ ନିୟମ ଅନୁସାରେ ଆମେରିକାର ନାଗିତକତ୍ବ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ମେକ୍ସିକୋର ବାସିନ୍ଦା ହୋଇଥିବାବେଳେ ୨ୟ ସ୍ଥାନରେ ରହିଛି ଭାରତ । ଅନ୍ୟମାନଙ୍କ ମଧ୍ୟରେ ଫିଲିପିନ୍ସ, କ୍ୟୁବା ଏବଂ ଡୋମିନିକ୍‌ ରିପବ୍ଲିକ୍‌ର ଲୋକ ମଧ୍ୟ ସାମିଲ ଅଛନ୍ତି ।

ରିପୋର୍ଟରେ କୁହାଯାଇଛି, ଭାରତ ପରେ ତୃତୀୟୟ ସ୍ଥାନରେ ଫିଲିପାଇନ୍ସ ର ୫୩ ହଜାର ୪୧୩ ଜଣ ନାଗରିକତା ଗ୍ରହଣ କରିଛନ୍ତି । କ୍ୟୁବାର ୪୬ ହଜାର ୯୧୩ ଜଣ, ଡୋମିନିକାନ୍ ରିପବ୍ଲିକ୍ ର ୩୪ ହଜାର ୫୨୫ ଜଣ, ଭିଏତନାମ ର ୩୩ ହଜାର ୨୪୬ ଏବଂ ଚୀନ୍ ର ୨୭ ହଜାର ୦୩୮ ଜଣ ନାଗରିକ ଆମେରିକାର ନାଗରିକତ୍ୱ ପାଇଛନ୍ତି । ସେ କହିଛନ୍ତି ଯେ,

ସିଆରଏସ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆମେରିକାରେ ରହୁଥିବା ଭାରତୀୟ ଜନ୍ମିତ ବିଦେଶୀ ନାଗରିକଙ୍କ ମଧ୍ୟରୁ ପ୍ରାୟ ୪୨ ପ୍ରତିଶତ ବର୍ତ୍ତମାନ ଆମେରିକାର ନାଗରିକ ହେବାକୁ ଅଯୋଗ୍ୟ ।

Leave A Reply

Your email address will not be published.