Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ପୁଣି ଝଟକା: ପ୍ରତିଦିନ ଡାକ୍ତରଙ୍କ ସହ କଥା ହେବାକୁ ଅନୁମତି ଦେଲେନି କୋର୍ଟ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ଙ୍କୁ ଆଉ ଏକ ବଡ ଝଟକା । ପ୍ରତିଦିନ ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ କଥା ହେବାକୁ ଚାହୁଁଥିଲେ କେଜ୍ରିୱାଲ ହେଲେ ଅନୁମତି ଦେଲେନି କୋର୍ଟ ।

ଅନ୍ୟପଟେ କୋର୍ଟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସେନେଇ କୋର୍ଟ ଏମ୍ସକୁ ଗୋଟିଏ ମେଡିକାଲ ବୋର୍ଡ ଗଠନ କରିବାକୁ କହିଛନ୍ତି । ଏହି ବୋର୍ଡ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଇନସୁଲିନ ଦରକାର କି ନାହିଁ, ତା’ର ନିଷ୍ପତ୍ତି ନେବ ଏବଂ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ଏହି ବୋର୍ଡ ଯାଞ୍ଚ କରିବ ।

ନିକଟରେ ଆପ୍‌ ଅଭିଯୋଗ ଆଣିଥିଲାଯେ, ତିହାର ଜେଲ୍‌ରେ କେଜ୍ରିୱାଲଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯାଉନାହିଁ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିୟମିତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଅନୁମତି ମାଗିଥିଲେ କେଜ୍ରିଓ୍ବାଲ । ହେଲେ ଏହାକୁ ବିରୋଧ କରି ଇଡି କେଜ୍ରିଓ୍ବାଲଙ୍କ ନାଁରେ ଅଭିଯୋଗ ଆଣିଥିଲା ଯେ, କେଜ୍ରିୱାଲ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି । ଆଉ ଜାଣି ଜାଣି ମଧୁମେହ ରୋଗକୁ ବୃଦ୍ଧି କରୁଛନ୍ତି । ସେନେଇ ଜାଣିଶୁଣି ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଥିବା କୋର୍ଟରେ କହିଥିଲା ଇଡି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୨ରେ ଦିଲ୍ଲୀର ଟ୍ରାଏଲ କୋର୍ଟ ୬ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ । ଏହାପରେ ଏହାକୁ ଆଉ ୪ ଦିନ ବୃଦ୍ଧି କରାଯାଇଥିଲା । ଏପ୍ରିଲ ୧ ରୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

Leave A Reply

Your email address will not be published.