Latest Odisha News

BREAKING NEWS

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଂଜନ ନାୟକଙ୍କ ଉପସ୍ଥିତିରେ ଏଆଇଜିର ଲିଭର ପ୍ରତ୍ୟାରୋପଣ ନିର୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନ ଓ ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେନଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ।

ଏହି ଅବସରରେ ଏଆଇଜିର ଉପ ସଭାପତି ସନ୍ତୋଷ କୁମାର ସାହୁ, ଏଆଇଜି ପକ୍ଷରୁ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ ଓ ଡାକ୍ତର କ୍ରିଷ୍ଣା ଚଇତନ୍ୟ, ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ଏବଂ ଅନ୍ୟ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଗତ ମାର୍ଚ୍ଚ ମାସରେ ଓଡିଶାରେ ପ୍ରଥମଥର ନିମନ୍ତେ ଆଇଏମଏସ ଓ ସମ ହସ୍ପିଟାଲରେ ସଫଳତାର ସହ ପ୍ରଥମ ଲିଭର ପ୍ରତ୍ୟାରୋପଣ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.