ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET UG 2026) ରବିବାର, ମେ ୩ରେ ଅନୁଷ୍ଠିତ ହେବାକୁ ଯାଉଛି। ମେଡିକାଲ ପ୍ରବେଶିକା ପରୀକ୍ଷା – NEET ଅପରାହ୍ନ ୨ ଟାରୁ ୫.୨୦ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶପତ୍ର ବହନ କରିବାକୁ ପଡିବ, ହଲ୍ ଟିକେଟ୍ ବିନା ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ।
NEET ପରୀକ୍ଷା କେନ୍ଦ୍ର ଗେଟ୍ ଦିନ ୧୨ ଟାରେ ଖୋଲିବ, ପ୍ରାର୍ଥୀମାନଙ୍କୁ ପରୀକ୍ଷାର ଅଧ ଘଣ୍ଟାରୁ ଏକ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବାକୁ ପଡିବ। NEET ପରୀକ୍ଷା ପାଇଁ ଶେଷ ରିପୋର୍ଟିଂ ସମୟ ହେଉଛି ଅପରାହ୍ନ ୧.୩୦ ଟା, ଯାହାପରେ ପରୀକ୍ଷା କେନ୍ଦ୍ର ଗେଟ୍ ବନ୍ଦ ରହିବ।
ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶପତ୍ର ବହନ କରିବା ଉଚିତ, ଏହା ବିନା ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ। NEET ଆଡମିଟ୍ କାର୍ଡ ସହିତ, ପ୍ରାର୍ଥୀମାନଙ୍କୁ ପରିଚୟ ପ୍ରମାଣ ସ୍ୱରୂପ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଫଟୋ ପରିଚୟପତ୍ର – PAN, ଭୋଟର ପରିଚୟପତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି।
ପରୀକ୍ଷା କେନ୍ଦ୍ରରେ ଅଧ ଘଣ୍ଟାରୁ ଗୋଟିଏ ଘଣ୍ଟା ପୂର୍ବରୁ ରିପୋର୍ଟ କରନ୍ତୁ। NEET ପରୀକ୍ଷା ପାଇଁ ଶେଷ ରିପୋର୍ଟିଂ ସମୟ ହେଉଛି ଅପରାହ୍ନ ୧:୩୦। ପରୀକ୍ଷା କେନ୍ଦ୍ରକୁ କୌଣସି ପ୍ରତିବନ୍ଧିତ ଜିନିଷ ଆଣନ୍ତୁ ନାହିଁ। ସମସ୍ତ ପ୍ରକାରର ଇଲେକ୍ଟ୍ରୋନିକ୍ ଡିଭାଇସ୍ – ସ୍ମାର୍ଟ ଫୋନ୍, ବ୍ଲୁଟୁଥ୍ ଡିଭାଇସ୍, ଇୟରଫୋନ୍, ପେଜର ପରୀକ୍ଷା କେନ୍ଦ୍ରରେ ଅନୁମତି ନାହିଁ। ପରୀକ୍ଷା କେନ୍ଦ୍ର ନିଷିଦ୍ଧ ଜିନିଷ ପାଇଁ କୌଣସି ସଂରକ୍ଷଣ ଯୋଗାଇବ ନାହିଁ, ଏବଂ ଯଦି ଏପରି କୌଣସି ଜିନିଷ ଅଣାଯାଏ, ତେବେ ଏହାକୁ ପ୍ରାର୍ଥୀଙ୍କ ନିଜ ଦାୟିତ୍ୱରେ ସ୍ଥାନ ବାହାରେ ରଖିବାକୁ ପଡିବ।
ଏଥିସହିତ ପ୍ରାର୍ଥୀମାନଙ୍କୁ କାଜୁଆଲ୍ ଟ୍ରାଉଜର, ପ୍ୟାଣ୍ଟ, ଜିନ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପ୍ରାର୍ଥୀମାନେ କୌଣସି ପ୍ରକାରର କ୍ୟାପ୍, ମଫଲର୍, ମୁଣ୍ଡ ଘୋଡ଼ାଇବା ପିନ୍ଧିବା ଉଚିତ୍ ନୁହେଁ। ସେହିପରି ମହିଳା ପ୍ରାର୍ଥୀମାନେ ଲେଗିନ୍ସ/ଟ୍ରାଉଜର ପିନ୍ଧିବା ଆବଶ୍ୟକ। ସାଧାରଣ ସାଣ୍ଡେଲ ବାଛନ୍ତୁ ଏବଂ ଜୋତା ଜମା ପିନ୍ଧନ୍ତୁ ନାହିଁ। ଏଥିସହିତ ହାତରେ ମେହେନ୍ଦି ନ କହୁଥିବା ଦରକାର ଏବଂ ପରୀକ୍ଷା କେନ୍ଦ୍ର ଭିତରକୁ ହ୍ୟାଣ୍ଡବ୍ୟାଗ୍ କିମ୍ବା ପର୍ସ ନିଅନ୍ତୁ ନାହିଁ। ଏଥିସହିତ କୌଣସି ପ୍ରକାର ଅଳଙ୍କାର ବି ପିନ୍ଧିକି ଯାଆନ୍ତୁ ନାହିଁ।
NEET UG 2026 ବିଷୟରେ ବିବରଣୀ ପାଇଁ, ଦୟାକରି ଅଫିସିଆଲ୍ ୱେବସାଇଟ୍ – neet.nta.nic.in ପରିଦର୍ଶନ କରନ୍ତୁ।