ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ବାହାରିବା ପ୍ରବେଶିକା ପରୀକ୍ଷାଫଳ । ଛାତ୍ରଛାତ୍ରୀ ntaneet.nic.in କିମ୍ୱା mcc.nic.in ଓ୍ୱେବସାଇଟରୁ ନିଜ ରେଜଲ୍ଟ ଜାଣିପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ ।
ସର୍ବଭାରତୀୟସ୍ତରରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଟିଏ ରାଙ୍କ ଲିଷ୍ଟ ବି ଜାରି କରିବ । କୋଭିଡ୍ କଟକଣା ଭିତରେ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହୋଇଥିଲା ଏନଇଇଟି ।
ନିଟ୍ ପାଇଁ ସାରା ଦେଶରୁ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ଏନେଇ ପଞ୍ଜିକରଣ କରିଥିଲେ । ପ୍ରବେଶିକା ପରୀକ୍ଷା ଦେଇଥିଲେ ୧୩ ଲକ୍ଷ ଛାତ୍ରଛାତ୍ରୀ । ଏମାନଙ୍କ ଭିତରେ ଓଡ଼ିଶାରୁ ଥିଲେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ।
ଦେଶର ୫୪୨ଟି ମେଡିକାଲ କଲେଜରେ ୮୦ ହଜାର ୫ଟି ଏମବିବିଏସ୍, ୩୧୩ଟି କଲେଜରେ ୨୬ ହଜାର, ୯୪୯ ବିଡିଏସ୍, ୯୧୪ଜି କଲେଜରେ ଆୟୁଷ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ହୋଇଥିଲା ।
Comments are closed.