Latest Odisha News

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ । ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଏନଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସେଣ୍ଟର ଓ ସିଟ୍ କ୍ରମରେ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଛି ।

ତେବେ ନିଟ୍ ୟୁଜି ପୁନଃ ରେଜଲ୍ଟ ପ୍ରକାଶ କରିବା ପାଇଁ ଏନଟିଏକୁ ୨୦ ତାରିଖ ଅର୍ଥାତ ଆଜି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ ସୁପ୍ରିମକୋର୍ଟ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ କରାଯିବ ।

ନିଟ୍ ୟୁଜି ପରୀକ୍ଷା ବିବାଦ ମାମଲାରେ ଛାତ୍ରଛାତ୍ରୀଙ୍କ ଓକିଲ ଏବଂ ବେଞ୍ଚ ଧିରଜ ସିଂ କହିଥିଲେ, ପରୀକ୍ଷା ପୂର୍ବରୁ ପେପର ଲିକ୍ ହୋଇଥିଲା । ଏହା ସ୍ପଷ୍ଟ ହୋଇସାରିଛି । ଏଭଳି ସ୍ଥିତିରେ କେଉଁଠି ପେପର ଲିକ୍ ହୋଇଛି ? ସବୁ କେନ୍ଦ୍ରରେ ନା କିଛି କେନ୍ଦ୍ରରେ ଏଭଳି ଅନିୟମିତତା ହୋଇଛି ? ଏହାର ସ୍ତର କେଉଁ ପର୍ଯ୍ୟନ୍ତ ବ୍ୟାପିଛି?, ସେ ସବୁର ଯାଞ୍ଚ ପାଇଁ ଏନଟିଏ ପୁନଃ ରେଜଲ୍ଟ ଜାରି କରିବା ଉଚିତ୍ । ଯାହା ଦ୍ବାରା ସମ୍ପୁର୍ଣ୍ଣ ତଥ୍ୟକୁ ନେଇ ସବିଶେଷ ଯାଞ୍ଚ କରାଯାଇପାରିବ । ଯାହାକୁ ନେଇ ସୁପ୍ରିମକୋର୍ଟ କିଛି ଏଭଳି ନିଷ୍ପତ୍ତି ଶୁଣାଇଥିଲେ । ଆଉ ଆଜି ସୁପ୍ରମକୋର୍ଟଙ୍କ ଆଦେଶ ଅନୁଯାୟୀ, ଏନଟିଏ ପୁଣିଥରେ ରେଜଲ୍ଟ ପ୍ରକାଶ କରିଛି ।

Comments are closed.