Latest Odisha News

BREAKING NEWS

ନେହାଙ୍କ ପ୍ରଶଂସକଙ୍କ ପାଇଁ ଗୁଡ୍‌ ନ୍ୟୁଜ୍‌; ମା’ ହେବେ ନେହା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ ଏବଂ ରୋହନପ୍ରୀତ୍‌ଙ୍କ ବିବାହ ଖବର ‌ବେଶ୍‌ ଭାଇରାଲ୍‌ ହୋଇଥିଲା। ତେବେ ବିବାହକୁ ଦୁଇ ମାସ ନପୁରୁଣୁ ନେହାଙ୍କ ମା ହେବ ଖବର ପ୍ରଶଂସକଙ୍କୁ ବେଶ୍‌ ଚକିତ କରିଥିବା ଜଣାପଇଛି। କାରଣ ଏତେ ଶୀଘ୍ର ଏହି ଖୁସି ଖବର କେହି ଆଶା ମଧ୍ୟ କରୁନଥିଲେ। ଅକ୍ଟୋବର ମାସରେ ଗାୟକ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ ନେହା। ଦୁବାଇରେ ହନିମୁନ୍‌ ସମୟର ଦୁହିଁଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା।

ସୂଚନା ମୁତାବକ ଗାୟକ ନେହା କକ୍କର ମା ହେବାକୁ ଯାଉଛନ୍ତି। ରୋହନପ୍ରୀତଙ୍କୁ ବିବାହ କରିବା ପରେ ଏବେ ନେହାଙ୍କ ଜୀବନରେ ଆଉ ଏକ ଖୁସି ଆସିଛି। ସୋସିଆଲ ମିଡିଆରେ ନେହାଙ୍କର ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କ ବେବି ବମ୍ପ୍‌ ସ୍ପଷ୍ଟ ବାରି ହୋଇପଡ଼ୁଛି। ବର୍ତ୍ତମାନ ଯେତେବେଳେ ନେହା ମା ହେବାକୁ ଯାଉଛନ୍ତି, ଏଥିପାଇଁ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି।

 

Comments are closed.