ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଡଫୋର୍ଟରେ ଉଦଘାଟିତ ନୂଆ ସାଉଣ୍ଡ ସୋରୁ ବାଦ ପଡିଛନ୍ତି ନେହେରୁ ଓ ଗାନ୍ଧୀ । ରେଡଫୋର୍ଟରେ ଉଦଘାଟିତ ହୋଇଯାଇଛି ଜୟ ହିନ୍ଦ ନାମକ ନୂତନ ଆଲୋକ ଏବଂ ସାଉଣ୍ଡ ସୋ’ । ହେଲେ ଏହି ସୋରୁ ବାଦ ପଡିଛି, ଜବାହରଲାଲ ନେହେରୁ ଏବଂ ମହାତ୍ମା ଗାନ୍ଧୀ । ଅନ୍ୟପକ୍ଷେ ମରାଠା ଏବଂ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନାଶନାଲ ଆର୍ମି ବେଶି ଗୁରୁତ୍ୱ ପାଇଛି ।
ରେଡ୍ ଦୁର୍ଗରେ ଲାଇଟ୍ ଏବଂ ସାଉଣ୍ଡ୍ ସୋ ଆଜିର ନୁହେଁ । ୧୯୭୦ଦଶକରୁ ଏହା ଚାଲି ଆସୁଛି । ଏହି ସୋରେ ଭୋଳା ଭୋଇ ଦେଶାଇ ଏବଂ ଜବାହରଲାଲ୍ ନେହେରୁଙ୍କୁ ଦେଖିବାକୁ ମିଳୁଥିଲା । ହେଲେ ଏହି ନୂଆ ସୋ’ରେ ଏହି ଦୃଶ୍ୟ ହଜିଯାଇଛି।
ସେହିଭଳି, ପୂର୍ବରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହକୁ ଆଲୋକମାଳାରେ ଦେଖିବାକୁ ମିଳୁଥିଲା । ଏଥରେ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ହିନ୍ଦୀରେ ଲେଖାଯାଇଥିଲା “ନଏ ଜାୱାଲା ଫୁଟ୍ ନିକଲି, ଜିସକା ନାମ ଥା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ” । (ଏକ ନୂତନ ଚମକ ଆସିଥିଲା, ଯାହାର ନାଁ ଥିଲା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ) ।
ହେଲେ ଏବେ ନୂଆା ସୋରେ ଏହା ଦେଖିବାକୁ ମିଳିବନି । ଏହା ବଦଳରେ ନୂଆ ସୋରେ କେବଳ ମହାତ୍ମାଗାନ୍ଧୀଙ୍କ ସହ କେତେଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ । ଅନ୍ୟପକ୍ଷେ ଏହି ସୋରେ ଦୀର୍ଘ ସମୟ ଧରି ମରାଠାମାନଙ୍କ ସଫଳତା ଉପରେ ନୃତ୍ୟ ମାଧ୍ୟମରେ ଦେଖିବାକୁ ମିଳିଛି ।
ତେବେ କାହିଁକି ଏମିତି କରାଗଲା ? ଏହି ସୋରୁ ନେହେରୁ ଓ ଗାନ୍ଧିଙ୍କ ତଥ୍ୟକୁ କାହିଁକି ବାଦ ଦିଆଗଲା ? ଏଏସଆଇ (Archeological Survey of India) ପକ୍ଷରୁ କୁହାଯାଇଥିଲା, ପୁରୁଣା ଥିମ ଇଣ୍ଡିଆନ ଟ୍ୟୁରିଜିମ ଡେଭଲପେମେଣ୍ଟ କର୍ପୋରେଶନର ଥିବାବେଳଳେ ନୂଆ ଥିମ ଡାଲମିଆ ଗ୍ରୁପର ଥିଲା । ତେବେ ଡାଲମିଆ ଗ୍ରୁପର ଏହି ତଥ୍ୟରେ ପ୍ରକୃତ ଇତିହାସ ଅଛି କି ନାହିଁ ଏବଂ ସମୟାନୁସାରେ ଏହାକୁ ସ୍ଥାନିତ କରାଯାଇଛି କି ନାହିଁ ତାହା ଏଏସଆଇର ତତ୍ତ୍ୱରବଧାନରେ ହୋଇଥିଲା ।
Comments are closed.