Latest Odisha News

BREAKING NEWS

ୟୁରାନିୟମ ଚୋରା ସ୍ମଗଲିଂ କରୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପାକିସ୍ତାନକୁ ନେଇ ଏ ଭଳି ଖବର ସମ୍ମୁଖକକୁ ଆସିଛି ଯାହା କି ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଆମେରିକା, ବ୍ରିଟେନ ଓ ଇସ୍ରାଏଲର ଏଜେନ୍ସିମାନେ ଏ ନେଇ ସତର୍କ ହୋଇ ଉଠିଛନ୍ତି । ଦି ସନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟସ୍ତବହୂଳ ବିମାନବନ୍ଦର ହୀଥ୍ରୋରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୟୁରାନିୟମ ପ୍ୟାକେଟ ଜବତ କରାଯାଇଛି । ଏହି ବ୍ୟକ୍ତିଜଣଙ୍କ ପାକିସ୍ତାନରୁ ବିଭିନ୍ନ ଦେଶ ଦେଇ ଏଠାରେ ପଂହଚିଥିଲା । ବିମାନ ବନ୍ଦରରେ ଉପସ୍ଥିତ ବର୍ଡର ସିକ୍ୟୁରିଟି ଷ୍ଟାଫ ଏହି ପ୍ୟାକେଟକୁ ଜବତ କରିଥିଲେ । ପରେ ବ୍ରିଟେନର ଗୋଇନ୍ଦା ବିଭାଗ ଏମଆଇ୧୬ ଓ ସ୍କଟଲାଣ୍ଡ ୟାର୍ଡ ଏ ନେଇ ସୂଚନା ଦିଆଯାଇଥିଲା । ଉକ୍ତ ୨ ପ୍ରମୁଖ ଏଜେନ୍ସି କିନ୍ତୁ ଏ ସମ୍ପର୍କରେ ଅଫିସିଆଲ ଭାବେ କୌଣସି ସୂଚନା ଦେଇ ନାହାନ୍ତି ।

ପ୍ୟାକେଟ ପାକିସ୍ତାନରୁ ଓମାନ ପଠାଯାଇଥିଲା । ସେଠାରୁ ଏହାକୁ ଲଣ୍ଡନ ଅଣା ଯାଇଥିଲା । ଲଣ୍ଡନରେ ଏହି ପ୍ୟାକେଟ ଜଣେ ଇରାନୀ ବ୍ୟବସାୟଙ୍କୁ ପ୍ରଦାନ କରାଯାଇଥାନ୍ତା । ପୂର୍ବରୁ ମଧ୍ୟ ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ବ୍ୟବହୃତ ହେଉଥିବା ଟେକନିକ ଓ ପାର୍ଟସର ସ୍ମଗଲିଂ ପାକ କରୁଥିବା ଖବର ହସ୍ତଗତ ହୋଇଥିଲା । ଗୋଇନ୍ଦା ବିଭାଗ ଏହି ଘଟଣାର ତଦନ୍ତ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.