ପୁଣି ଲଜ୍ୟା; ଟ୍ୟୁସନରୁ ଆଣିବାକୁ ଯାଇ ୭ ବର୍ଷର ଝିଅକୁ ଦୁଷ୍କର୍ମ କଲେ ପଡୋଶୀ ଯୁବକ
ଝାରସୁଗୁଡା: କିଛିଦିନ ତଳେ ଝାରସୁଗୁଡାରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାପାକୁ ଗିରଫ କରିଥିବା ବେଳେ ଆଜି ପୁଣି ଆସିଛି ଆଉ ଏକ ଲଜ୍ୟା ଜନକ ଖବର। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ୭ ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପିଡିତା ନାବାଳିକା ଜଣଙ୍କ ଟ୍ୟୁସନ ପଢିବାକୁ ଯାଇଥିଲେ। ନାବାଳିକାର ବାପା ଘରେ ନଥିବାରୁ ଝିଅକୁ ଆଣିବା ପାଇଁ ମା ସେହି ଗ୍ରାମରେ ରହୁଥିବା ଜବେ ପଡ଼ୋଶୀ ଯୁବକକୁ ପଠାଇଥିଲେ। ତେବେ ଟ୍ୟୁସନରୁ ଘରକୁ ଆଣିବା ସମୟରେ ବାଟରେ ହିଁ ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। କୁନି ଝିଅଟି ମାଆକୁ ଏ ସମ୍ପର୍କରେ କିଛି ନକହି ପାରିଲେ ସୁଦ୍ଧା ଉକ୍ତ ଯୁବକକୁ ଆଉ କେବେ ତାକୁ ଆଣିବା ପାଇଁ ନ ପଠାଇବାକୁ କହିଥିଲା। ଏ ବାବଦରେ ଘର ଲୋକେ ଯେତେ ପଚାରିବାରୁ ନାବାଳିକା କିଛି କହି ନନଥିବା ବେଳେ ଗତକାଲି ରାତିରେ ନାବାଳିକା ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଝିଅର ପରିବାର ଲୋକେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ।
ଏ ନେଇ ପୀଡିତାଙ୍କ ପରିବାର ତରଫରୁ ଆଜି ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଛି।
ଏ ବିଷୟରେ ଚାଇଲଡ଼ ଲାଇନର ଜିଲ୍ଲା ସଂଯୋଜକ ପୋଲିସ ସହ ମିଶି ପୀଡିତାର ଗାଁକୁ ଯାଇ ତଦନ୍ତ କରିଥିବା ପ୍ରକାଶ । ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ରଜରାଜନଗର ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।